ଡରାଉଛି ଜାପାନୀ ଜ୍ୱର : ରୋଗ ନିୟନ୍ତ୍ରଣ ନେଇ ସ୍ୱାସ୍ଥ୍ୟ ସଚିବଙ୍କ ସହ କେନ୍ଦ୍ରୀୟ ଟିମର ଆଲୋଚନା

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଶାସନ ଓ ଡାକ୍ତରଙ୍କ ସତ ଚେଷ୍ଟା ସତ୍ୱେ କମୁନି ଜାପାନୀ ଜ୍ୱର । ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, କେନ୍ଦ୍ରୀୟ ଟିମ୍ ବାରମ୍ବାର ମାଲକାନଗିରି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆକ୍ରାନ୍ତଙ୍କୁ ଭେଟିବା ସହ ମୃତକଙ୍କ ପରିବାରକୁ ଭେଟିଛନ୍ତି । ହେଲେ ରୋଗର ନିରାକଣ କରାଯାଇପାରୁନାହିଁ । ଯାହାକୁ ନେଇ ଚିନ୍ତା ବଢୁଛି । ଜାପାନୀ ଜ୍ୱର ରୋକିବା ନେଇ ଆଜି ସଚିବାଳୟରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଆଲୋଚନା କରିଛନ୍ତି ।

ଏନଏଚଏମର ମିସନ ଡାଇରେକ୍ଟର ପ୍ରଫେସର ଟି ଜ୍ୟାକବଜନଙ୍କ ସମେତ କୋରାପୁଟ ଭିସିଆରସି ନିର୍ଦେଶକ ଓ ଆରଏମସିଆର କର୍ତୃପକ୍ଷ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜାଙ୍କ ସହ ଆଲୋଚନା କରିଛନ୍ତି । ତେବେ ମାଲକାନାଗିରିରେ କାୟା ବିସ୍ତାର କରୁଥିବା ଏହି ମହାମାରୀକୁ କିଭଳି ନିୟନ୍ତ୍ରଣକୁ ଅଣାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି ।