ମଶା କାମୁଡିଲେ ହେଉଛି ଜାପାନୀ ଜର ! ଜାଣନ୍ତୁ ଲକ୍ଷଣ ଏବଂ ପ୍ରତିକାର ।

110

ପାଗ ବଦଳିବା ସହ ମଶାମାନଙ୍କ ପ୍ରକୋପ ମଧ୍ୟ ବଢିଥାଏ । ମଶା ନା କେବଳ ଆପଣଙ୍କ ଶରୀରରୁ ରକ୍ତ ଶୋଷନ୍ତି,ବିଭିନ୍ନ ରୋଗକୁ ମଧ୍ୟ ଡାକି ଆଣିଥାନ୍ତି । ଡେଙ୍ଗୁ,ମ୍ୟାଲେରିଆ ଭଳି ଜୀବନଘାତକ ରୋଗ ସହିତ ମଶାମାନେ ଆଉ ଏକ ରୋଗ ମଧ୍ୟ ଆଣିଥାନ୍ତି । ଯାହାର ସିଧା ପ୍ରଭାବ ରୋଗୀର ହାତ ଏବଂ ଗୋଡରେ ନହୋଇ ମସ୍ତିଷ୍କ ଉପରେ ପଡିଥାଏ । କେବଳ ଏତିକି ନୁହଁ ଏହି ରୋଗରେ ରୋଗୀକୁ କୋମାରେ ଯିବା ଭଳି ପରିସ୍ଥିତି ମଧ୍ୟ ଉପୁଜି ପାରେ । ଏହି ଜୀବନଘାତକ ରୋଗର ନାଁ ହେଉଛି ଜାପାନୀ ଜର । ଏହା ଏକ ମସ୍ତିଷ୍କ ସଂକ୍ରମିତ ରୋଗ ଯାହା ଭାଇରାଲ୍ ସଂକ୍ରମଣ ଯୋଗୁଁ ବ୍ୟାପିଥାଏ । ଆପଣଙ୍କୁ ଏଠାରେ କହିରଖୁଛୁ ଏହା ଏକ ଖାସ୍ କିସମର ଭାଇରାସ୍ ଯୋଗୁଁ ହୋଇଥାଏ,ଯାହା ମଶା ଏବଂ ଘୁଷୁରୀରୁ ମଣିଷକୁ ବ୍ୟାପିଥାଏ । ଏହାଛଡା ଆବର୍ଜନା ପାଣିରୁ ମଧ୍ୟ ଏହି ରୋଗ ବ୍ୟାପିଥାଏ । ତେବେ ଜାପାନୀ ଜରର ଭାଇରସ୍ ଶରୀରରେ ଥରେ ପ୍ରବେଶ କରେ ସର୍ବପ୍ରଥମେ ମସ୍ତିଷ୍କରେ ଆକ୍ରମଣ କରିଥାଏ । ଏହି ରୋଗ ଧିରେ ଧିରେ ମଣିଷର ଚିନ୍ତା କରିବା,ଦେଖିବା,ଶୁଣିବା ଏବଂ କିଛି ବୁଝିବା କ୍ଷମତାକୁ ପ୍ରଭାବିତ କରିଥାଏ । ଏହି ଭାଇରସରେ ୧ ରୁ ୧୪ ବର୍ଷର ପିଲା ଠାରୁ ଆରମ୍ଭ କରି ୬୫ ବର୍ଷଠାରୁ ଉଦ୍ଧ୍ୱର୍ ଲୋକଙ୍କୁ ପ୍ରବାହିତ କରିଥାଏ । ତେବେ ଏହି ରୋଗର ପ୍ରକୋପ ସବୁଠାରୁ ଅଧିକ ଅଗଷ୍ଟ,ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ହୋଇଥାଏ ।

ମଶାରୁ ସଂକ୍ରମିତ ହେଉଥିବା ଏହି ଭାଇରସର ନାଁ ଆମେରିକାର ଲା କ୍ରୋସେ ସହର ନାଁରେ ରହିଛି । ଏହିଠାରେ ୧୯୬୩ ମସିହାରେ ପ୍ରଥମେ ଜାପାନୀ ରୋଗ ବ୍ୟାପିଥିଲା । ଏହା ଏକ ଦୁର୍ଲଭ ରୋଗ । ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଜର,ମୁଣ୍ଡବ୍ୟଥା,ବାନ୍ତି,ଥକ୍କାପଣ ଏବଂ ଶୀତ ଲାଗିଥାଏ । ରୋଗ ଗମ୍ଭୀର ହେବା ପରେ ରୋଗୀକୁ କୋଷ୍ଠକାଠିନ୍ୟ, ଚେତାଶୂନ୍ୟ, ପାରାଲେସିସ୍ ,କୋମା ଏବଂ ଫାଇଲେରିଆ ଭଳି ରୋଗ ହୋଇଥାଏ । ଏହି ରୋଗରେ ଶରୀରରେ ଲାର୍ବା କୃମି ହେବା ପାଇଁ କିଛି ବର୍ଷ ସମୟ ଲାଗିଥାଏ ।

ରୋଗର ଲକ୍ଷଣ :

ଭୀଷଣ ଜ୍ୱର

ମୁଣ୍ଡବ୍ୟଥା

ଦୁର୍ବଳ ଲାଗିବା

ଶରୀର ବିନ୍ଧାଛିଟା ଲାଗିବା

ବାନ୍ତି ଲାଗିବା

ଭୋକ ଲାଗିବା

ଅତିମାତ୍ରାରେ ସମ୍ବେଦନଶୀଳ ହେବା ।