ମାଲକାନଗିରିରେ ଥମୁନି ଶିଶୁ ମଡକ : ୨୫ ଦିନରେ ଗଲାଣି ୨୬ ଶିଶୁଙ୍କ ଜୀବନ

24

ମାଲକାନଗିରି : ମାଲକାନଗିରିରେ ଥମୁନି ଶିଶୁ ମଡକ । ଗତକାଲି ବିଳମ୍ବିତ ରାତିରେ ଜାପାନୀ ଏନସେଫାଲାଇଟିସରେ ପୀଡିତ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହାସହ ଜିଲ୍ଲାରେ ଏହି ମାରାତ୍ମକ ରୋଗରେ ମୃତକଙ୍କ ସଂଖ୍ୟା ୨୬ରେ ପହଂଚିଛି। ୨୫ ଦିନ ଭିତରେ ଏନସେଫାଲାଇଟିସ ରୋଗରେ ଆକ୍ରାନ୍ତ ହୋଇ ୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ କରି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲେ ମଧ୍ୟ ପରିସ୍ଥିତି ସୁଧୁରିଥିବା ନଜରକୁ ଆସୁନାହିଁ। ଏବେବି ବହୁ ଶିଶୁ ଜାପାନୀ ଏନସେଫାଲାଇଟିସରେ  ଆକ୍ରାନ୍ତ ଅଛନ୍ତି । ସେପଟେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା  ମାଲକାନଗିରି ଗସ୍ତ କରିବେ ।