ଜାପାନୀଜ୍ ଏନସେଫାଲାଇଟିସ୍ ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କଲା ସ୍ୱାସ୍ଥ୍ୟ ବିଭାଗ

20

ମାଲକାନଗିରି : ଜାପାନୀଜ୍ ଏନସେଫାଲାଇଟିସ୍ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ମାଲକାନଗିରିରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା । ଏଥିରେ ଏନସେଫାଲାଇଟିସର ମୁକାବିଲା ନେଇ ଆକ୍ସନ ପ୍ଲାନ ପ୍ରସ୍ତୃତ ହୋଇଛି, ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା । ପ୍ରତି ବ୍ଲକରେ ଆକ୍ରାନ୍ତ ଶିଶୁଙ୍କୁ ଡ଼ାକ୍ତରଖାନାକୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ି କରାଯିବ । ଏହାସହ ହସ୍ପିଟାଲରେ ବିଶେଷଜ୍ଞ ଡ଼ାକ୍ତର କ୍ଲିନିକାଲ ସପୋର୍ଟ ଦେବେ ବୋଲି କୁହାଯାଇଛି ।

ସେପଟେ ଏହି ମାରାତ୍ମକ ରୋଗରେ ବଢିଚାଲିଛି ଶିଶୁ ମୃତ୍ୟୁ ସଂଖ୍ୟା । ପୁଣି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି । ଫଳରେ ଶିଶୁ ମୃତ୍ୟୁ ସଂଖ୍ୟା ୨୯ରେ ପହଚିଂଛି ।