ଥମୁନି ଜାପାନୀ ଏନସେଫାଲାଇଟିସ : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଣ ହରାଇଲେ ୨ଶିଶୁ

22

ମାଲକାନଗିରି : ଥମୁନି ଜାପାନୀ ଜର ଆତଙ୍କ  । ଆଜି ପୁଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି  । କୁଡୁମୁଲୁଗୁମା ବ୍ଲକ ତୁଙ୍ଗାମାଲ ଗାଁର ଅଢେଇ ବର୍ଷୀୟ ରଶ୍ମିତା କୋପୋ ଓ କାଲିମେଳା ବ୍ଲକର କୁଞ୍ଜଗଡା ଗାଁର ୨ବର୍ଷର ଶିଶୁ ସଂଯୁକ୍ତା ଖମାରୀଙ୍କ ମୃତ୍ୟୁ ହୋଇଛି  । ଏହାସହ ୫୬ଦିନରେ ୮୬ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି  ।