ଯାହାକୁ ମଶା କାମୁଡିଛି, ତା ମୃତ୍ୟୁ ସୁନିଶ୍ଚିତ : ସାରା ମାଲକାନଗିରି ଜିଲ୍ଲାବାସୀଙ୍କୁ ଘାରିଛି ଆଶଙ୍କା

14

କନକ ବ୍ୟୁରୋ : ଅମାବାସ୍ୟାର ଅନ୍ଧାରରୁ ଆଲୁଅ ନୁହେଁ ଜୀବନ ମାଗୁଛି ଏ ମାଆ । ଦାମୀ ବାଣର କର୍କଶ ଶଦ୍ଦ ଠାରୁ କରୁଣ ହୋଇ ପଡିଛି ତା କାନ୍ଦ । ମାଆ ଡାକ ଶିଖିବା ପୂର୍ବରୁ ଝିଅକୁ ଝାମ୍ପି ନେଇଛି ଜାପାନୀ ଜର । ଏବେ ଯମ ସାଜି ଛିଡା ହୋଇଛି ପୁଅ ପାଖରେ । ତେଣୁ ନେହୁରା ହେଉଛି ମାଆ । କାରଣ ଏ ମୃତ୍ୟୁର ମେଡିକାଲରୁ କେହି ଫେରି ନାହାଁନ୍ତି ଜୀବନ ନେଇ । ଆଇସିୟୁ ଭିତରେ ସଂଗ୍ରାମ କରୁଛି ୩ ବର୍ଷର ପୁଅ ରମେଶ । ଜୀବନକୁ ଅପେକ୍ଷା ବଦଳରେ ଏ ପରିବାରକୁ ଘାରିଛି ମୃତ୍ୟୁର ଭୟ ।

ଭୁବନେଶ୍ୱରରୁ ଦିଲ୍ଲୀ । ଜାପାନୀ ଜ୍ୱରରୁ ପିଲାଙ୍କୁ ବଂଚାଇବାକୁ ବଛା ବଛା ବିଶେଷଜ୍ଞ ପହଂଚିଛନ୍ତି ମାଲକାନଗିରିରେ । ହେଲେ ଡାକ୍ତରୀ ବିଜ୍ଞାନ ମୁଣ୍ଡ ନୂଆଇଛି ମାରାତ୍ମକ ଭୂତାଣୁ ଆଗରେ । ସେପଟେ ସବୁ ଚେଷ୍ଟା ପରେ ଏବେ ମୃତ୍ୟୁକୁ ରୋକିବାକୁ ଭଗବାନଙ୍କ ଶରଣ ପଶିଛି ସରକାରୀ କଳ । ମହମବତୀ ଶୋଭାଯାତ୍ରା ସହ କରିଛନ୍ତି ନୀରବ ପ୍ରାର୍ଥନା ।

ଦୂର୍ଗା ,ଲକ୍ଷ୍ମୀ ଓ କାଳୀ । ଜଣେ ପରେ ଜଣେ ମାଆ ଆସୁଛନ୍ତି ଧରାପୃଷ୍ଠକୁ । ହେଲେ ଏ ପାର୍ବଣ କିନ୍ତୁ ମୃତ୍ୟୁରେ ପକାଇ ପାରୁନି ପୂର୍ଣ୍ଣଚ୍ଛେଦ । ତେଣୁ ସହରେର ଦୀପ ଜଳୁଥିବା ବେଳେ ପାହାଡରେ ଜଳୁଛି ଜୁଇ ।

ଦେଖନ୍ତୁ ଏହି ଭିଡିଓ –