ମାଲକାନଗିରିର ସାଂଘାତିକ ସତ : ଚାକୁଣ୍ଡା ଗଛର ଫଳ ଖାଇ ଯାଇଛି ୬୪ ଶିଶୁଙ୍କ ଜୀବନ

167

ମାଲକାନଗିରି : ଦୁଇ ମାସରୁ ଅଧିକ ସମୟ ଧରି ମାଲକାନଗିରିରେ ମୃତ୍ୟୁର ତାଣ୍ଡବ ଜାରି ରହିଥିବା ବେଳେ ଆଜି ଏହାର ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଜାପାନୀ ଜରରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପ୍ରଖ୍ୟାତ ଶିଶୁରୋଗ ବିଶେଷଜ୍ଞ ଜାକବ ଜନ୍ ଆଜି ଭୁବନେଶ୍ୱରରେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି. ମାଲକାନଗିରିରେ ବଣ ଚାକୁଣ୍ଡା ଗଛର ଫଳ ଖାଇ ପ୍ରାୟ ୬୪ ଜଣଙ୍କ ମୃତ୍ୟୁ ହୋଇଛି ।

ଜାପାନୀ ଏନସେଫାଲାଇଟିସରେ ୩୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମୃତ୍ୟୁ ଏନସାଫାଲୋପାଥି ନାମକ ରୋଗରୁ ହୋଇଥିବା ନେଇ ମୃତ୍ୟୁର କାରଣ ଖୋଜୁଥିବା ଡାକ୍ତରୀ ଟିମର ଅଧ୍ୟକ୍ଷ ଡାକ୍ତର ଜାକବ ଜନ୍ କହିଛନ୍ତି । ବଣ ଚାକୁୁଣ୍ଡା ମଂଜି କି ଚେର ଖାଇବାରୁ ଶିଶିମାନଙ୍କ ହୃଦୟ, ମସ୍ତିସ୍କ, ହାଡ ଓ ମାଂସ ସେଲକୁ ସଂକ୍ରମିତ କରିଥିଲା ।

ଯାହା ଲକ୍ଷ୍ମୋର ନେସନାଲ ଇନଷ୍ଟିଚ୍ୟୁଟ ଓଫ୍ ଟକସିକୋଲୋଜିରେ ପରୀକ୍ଷା ହୋଇଥିବା ୫ଜଣ ଶିଶୁଙ୍କ ପରିସ୍ରା ରିପୋର୍ଟରୁ ଜଣା ପଡିଥିବା ସେ କହିଛନ୍ତି । ଏହି ରୋଗ ପ୍ରଥମେ ପଶ୍ଚିମ ଉତ୍ତର ପ୍ରଦେଶର ସାହାରାଣପୁରରୁ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ସ୍ଥିତିରେ ଏହି ରୋଗର ଚିକିତ୍ସା ପଦ୍ଧତି ମିଳି ପାରି ନାହିଁ । ପରବର୍ତ୍ତି ଅନୁଧ୍ୟାନରୁ ଏହା ଜଣା ପଡି ପାରେ ବୋଲି ଡାକ୍ତର ଜାକବ ଜନ୍ କହିଛନ୍ତି ।