ମାଲକାନଗିରି ପାଲଟିଛି ଶିଶୁ ମୃତ୍ୟୁର ଉପତ୍ୟକା : ୫୩ ଦିନରେ ଜାପାନୀ ଜ୍ୱର ନେଲାଣି ୮୪ ଶିଶୁଙ୍କ ଜୀବନ

32

ମାଲକାନଗିରି : ମାଲକାନଗିରିରେ ନିୟନ୍ତ୍ରଣକୁ ଆସୁନି ଜାପାନୀ ଏନସେଫାଲାଇଟିସ୍ । ରୋଗ ଆଗରେ ହାର ମାନିଛି ଡାକ୍ତରୀ ବିଜ୍ଞାନ । ଆଜି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଆଉ ୩ ଜଣ ଶିଶୁ ଆଖି ବୁଜିଛନ୍ତି । ଛତିଶଗଡ ସୁକମା ଜିଲ୍ଲା କୁକାନାର୍ ଗାଁ ୩ ବର୍ଷିୟ ସଂଜୟ କଶ୍ୟପର ମୃତ୍ୟୁ ହୋଇଛି । ସେହିଭଳି ମାଲକାନଗିରି ବିଧାୟକ ମାନସ ମାଡକାମୀଙ୍କ ଗାଁ ଡଙ୍ଗସଖାଲର ୩ ବର୍ଷିୟ ଶିଶୁ ରାଶି ମାଢୀ ଓ ଦାନିଗୁଡା ଗାଁର ରମେଶ ପଡିଆମୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଘାତକ ଜାପାନୀ ଜ୍ୱର ୫୩ ଦିନରେ ଜ୍ୱର ନେଲାଣି ୮୪ ଶିଶୁଙ୍କ ଜୀବନ । ଏବେ ଆହୁରି ୬ ଶିଶୁ ଗୁରୁତର ଅବସ୍ଥାରେ ଆଇସିୟୁ ଓ ଭେଂଟିଲେଟରରେ ରଖାଯାଇଛି ।