ନିୟନ୍ତ୍ରଣ ବାହାରେ ଜାପାନୀ ଏନସାଫାଲାଇଟିସ୍ : ୬୪ଦିନରେ ୧୦୫ରେ ପହଂଚିଲା ମୃତ୍ୟୁ ସଂଖ୍ୟା

20

ମାଲକାନଗିରି : ନିୟନ୍ତ୍ରଣ ବାହାରେ ଜାପାନୀ ଏନସେଫାଲାଇଟିସ । ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ଶିଶୁଙ୍କ ମୃତ୍ୟୁ ହୋଇଛି । ଏହାସହ ୬୪ଦିନରେ ମୃତ୍ୟୁ ସଂଖ୍ୟା ୧୦୫ରେ ପହଂଚିଛି । କୋରୁକୁଣ୍ଡା ବ୍ଲକ ସୁର୍ଲୁକୁଣ୍ଡା ଗାଁର ପ୍ରୀତି ସୋଢୀ ଓ ମାଲକନାଗିରି ବ୍ଲକ ଦରିଗୁଡା ଗାଁର ୩ବର୍ଷର ଶିଶୁ ସୁରେନ୍ଦ୍ର ମାଢିଙ୍କ ମୃତ୍ୟୁ ହୋଇଛି ।

ଆଜି ସକାଳେ କୋରୁକୁଣ୍ଡା ବ୍ଲକ ଡଙ୍ଗାଗୁଡା ଗାଁର ଦେଢ ବର୍ଷର ଶିଶୁ ନିଲୁ ହାଲୱାଙ୍କ ମୃତ୍ୟୁ ହୋଇଛି । ୨ ମାସରୁ ଅଧିକ ସମୟ ହେଲା ମାଲକାନଗିରି ଜିଲ୍ଲାରେ ଜାପାନୀ ଏନସେଫାଲାଇଟିସ ବ୍ୟାପିଥିବା ବେଳେ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସଚିବ ଓ କେନ୍ଦ୍ରୀୟ ପ୍ରତିନିଧି ଦଳ ମଧ୍ୟ ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି । ହେଲେ ଜାପାନୀ ଜ୍ୱରକୁ ରୋକାଯାଇପାରୁନାହିଁ ।