ଏଠାରେ ପ୍ରାୟ ୬୯,୭୮୫ ଲୋକ ଶହେ ବର୍ଷରୁ ଅଧିକ ବୟସ ଜୀବିତ ରହିଛନ୍ତି । ଜାଣନ୍ତୁ ଏହା ପଛରେ କଣ ରହିଛି ରହସ୍ୟ, ଆପଣ ବି ବଢାଇ ପାରିବେ ନିଜର ଆୟୁସ ।

32

ଯାପାନରେ ପ୍ରାୟ ୬୯,୭୮୫ ଲୋକ ଶହେ ବର୍ଷରୁ ଅଧିକ ବୟସ ବଞ୍ଚିଥିବା କଥା ଏକ ଆକଳନରୁ ସାମ୍ନାକୁ ଆସିଛି । ଏଠାରେ ହଜାର ହଜାର ଲୋକ ଶହେ ବର୍ଷରୁ ଅଧିକ ବୟସ ବଞ୍ଚି ରହିଛନ୍ତି । ଯେଉଁଥିରେ ପ୍ରାୟ ୮୮.୧ ପ୍ରତିଶତ ମହିଳା ରହିଛନ୍ତି । ସରକାର ମଧ୍ୟ ଏହି ସୂଚନା ପ୍ରଦାନ କରି କହିଛନ୍ତି କି, ଯାପାନରେ ଏତେ ଲୋକ ଶହେ ବର୍ଷରୁ ଅଧିକ ବୟସ ଜୀବିତ ରହିବାର କାରଣ ସ୍ୱାସ୍ଥ୍ୟ ସେବାରେ ଆସିଥିବା ଉନ୍ନତି ଏବଂ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ବଢୁଥିବା ଜାଗ୍ରୁକତା ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଯାପାନରେ ୧୦୦ରୁ ଅଧିକ ବର୍ଷ ବଞ୍ଚିଥିବା ଲୋକଙ୍କ ସଂଖ୍ୟା ୬୯,୭୮୫ ହୋଇଥିବା ବେଳେ ଏଥିରେ ମହିଳାଙ୍କ ସଂଖ୍ୟା ୬୧,୪୫୪ ଏବଂ ପୁରୁଷଙ୍କ ସଂଖ୍ୟା ୮,୩୩୧ ରହିଛି । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୀସୁହିରୋ ନାକାସୋନେ ମଧ୍ୟ ସାମିଲ ରହିଛନ୍ତି । ଯାପାନରେ ୧୯୭୧ରୁ ଲୋକଙ୍କ ବୟସ ବଢିବାରେ ଲାଗିଛି । ତେଣୁ ସରକାରଙ୍କ ଆଶା ଅଛି କି, ଏହି ପ୍ରକ୍ରିଆ ଆଗକୁ ମଧ୍ୟ ଜାରି ରହିବ । ଏବଂ ଆସନ୍ତା ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ବଢି ୧ ଲକ୍ଷରେ ପହଞ୍ଚିବ ।