ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଆଲର୍ଟ ଜାରି

32

କନକ ବ୍ୟୁରୋ : ଜାପାନରେ ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରହିଛି । ଏହାପରେ ଫୁକୁସୀମା ଉପକୂଳରେ ୧ମିଟର ଉଚ୍ଚର ସୁନାମି ଜୁଆର ଉଠିଛି । ଫୁକୁସୀମା ଉପକୂଳ ନିକଟରେ ପରମାଣୁ ପ୍ଲାଂଟ ରହିଥିବାରୁ ଚିନ୍ତା ବଢିଯାଇଛି । ତେବେ ସମୁଦ୍ରରେ ଉଠିଥିବା ୧ମିଟର ଉଚ୍ଚ ସୁନାମି ଜୁଆର ଫଳରେ ପରମାଣୁ ପ୍ଲାଂଟର କୌଣସି କ୍ଷତି ହୋଇନଥିବା ପ୍ଲାଂଟ ପକ୍ଷରୁ କୁହାଯାଇଛି ।

ଜାପାନରେ ଭୂମିକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇଛି । ସୁନାମି ଜୁଆର ଯୋଗୁଁ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି । ଏହାସହ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଉପକୂଳ ଅଂଚଳରେ ପ୍ରାୟ ୧.୪ମିଟରର ଜୁଆର ଆସିଛି । ଭୂମିକମ୍ପରେ କେହି ମୃତାହତ ହୋଇନଥିବାବେଳେ ପ୍ରାୟ ୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହି ଭୂମିକମ୍ପ ଓ ସୁନାମି ଆଲର୍ଟ ଯୋଗୁଁ ଲୋକଙ୍କ ମନରେ ୨୦୧୧ର ଭୂମିକମ୍ପ ଓ ସୁନାମି ର ସ୍କୃତି ତାଜା ହୋଇଯାଇଛି । ୨୦୧୧ରେ ଜାପାନରେ ହୋଇଥିବା ସୁନାମି ରେ ପ୍ରାୟ ୧୮ହଜାର ଲୋକ ପ୍ରାଣ ହରାଇଥିଲେ ।