ଜାପାନର ରୋଚକ ଷଣ୍ଢ ଲଢ଼େଇ ! ଏଣିକି ରିଙ୍ଗକୁ ଓହ୍ଲାଇବେ ମହିଳା ।

35

ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ୍ୟ ଯେ, ଜାପାନର ରାଜଧାନୀ ଟୋକିଓ ଠାରେ ଆୟୋଜିତ ହେବାକୁ ଯାଉଥିବା ଷଣ୍ଢ ଲଢ଼େଇରେ ଭାଗ ନେବେ ମହିଳା । ପୁରଷଙ୍କ ପାରମ୍ପରିକ ଏହି ଜଲିକାଟୁ ପରି ଖେଳରେ ରିଙ୍ଗରେ ନଜର ଆସିବେ ଜାପାନ ମହିଳା । ଆୟୋଜକଙ୍କ କହିବା ଅନୁସାରେ ପାରମ୍ପରିକ ଗିତିବିଧି ଢ଼ାଞ୍ଚା ପରିବର୍ତ୍ତନ କରି ଉତ୍ସୁକ ଥିବା ମହିଳା ମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି ।

ପୂର୍ବରୁ ଜାପାନର ମିଟୁ ପିଢ଼ୀ ପାଇଁ ପାରମ୍ପରିକ କ୍ଷେତ୍ରରେ ଏଭଳି ପ୍ରତିବନ୍ଧକ ଲଗାଯାଇଥିଲା । ଗତ ୪ ତାରିଖ ଦିନ ଏହି ଖେଳର ଆୟୋଜକ ପ୍ରଥମ ସଂସ୍କରଣ ଭାବେ ଆରମ୍ଭ କରିଛନ୍ତି । ଉତ୍ତର ଟୋକିଓର ୟାମାକୋଶି ସହରରେ ଜଣେ ମହିଳା ପାଳିତ ଷଣ୍ଢର ନେତୃତ୍ୱ ନେଇ ରିଙ୍ଗକୁ ଓହ୍ଲାଇଥିଲେ ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ । ୟାମାକୋଶି ଷଣ୍ଢ ଲଢ଼େଇର ଏକ ସଂଗଠନ ଅଧ୍ୟକ୍ଷା କସ୍ତୁଶୀ ସେକୀଙ୍କ କହିବା ଅନୁସାରେ “ପୁରଷ ଏବଂ ମହିଳାଙ୍କ ମଧ୍ୟରେ ଥିବା ତାରତମ୍ୟ ଦୂରକରି ସମାନତା ଆଣିବା ହେଉଛି ମୂଳ ଉଦ୍ଦେଶ୍ୟ । ଏବଂ ଏହାଫଳରେ ଜାପାନର ପାରମ୍ପରିକ ଷଣ୍ଢ ଲଢ଼େଇ ଖେଳର ଭବିଷ୍ୟ ଉଜ୍ଜ୍ୱଳ ବୋଲି କହିଛନ୍ତି କସ୍ତୁଶୀ ।