୩ ଦିନରେ ହ୍ୟାକର୍ ଉଡାଇଲେ ୪ କୋଟି ଟଙ୍କା ! ବନ୍ଦ କରାଗଲା ଏହି ଅନଲାଇନ୍ ମୋବାଇଲ୍ ପେମେଣ୍ଟ୍ ଆପ୍ ।

1,986

ଏବେ ବିପଦକୁ ସାମ୍ନା କରି ଚୋରୀ କରିବା ଭଳି ପଦକ୍ଷେପ ପୁରୁଣା ହୋଇଗଲାଣି । ଡିଜିଟାଲ୍ ଜମାନାରେ ଚୋରୀ ମଧ୍ୟ ଡିଜିଟାଲ୍ ଉପାୟରେ ହିଁ ହେଉଛି । ଏଥିପାଇଁ ଚୋରମାନଙ୍କୁ ସାହାଯ୍ୟ କରୁଛି ମୋବାଇଲ୍ ଫୋନ୍ । ଦିନକୁ ଦିନ ଅନଲାଇନରେ ଚୋରୀ କରିବା ବଢିଚାଲିଛି । ଏବେ ଏଭଳି ଏକ ଖବର ଜାପାନରୁ ଆସିଛି ଯେଉଁଠି ହ୍ୟାକର୍ସ ଏକ ଆପ୍ ର ସାହାଯ୍ୟ ନେଇ ୟୁଜର୍ସଙ୍କ ୫ ଲକ୍ଷ ଡଲାର ଅର୍ଥାତ୍ ୩.୪୨ କୋଟି ଟଙ୍କା ଉଡାଇ ନେଇଛି । ୭ ପେ ନାମକ ଏହି ଆପ୍ ରେ ନିକଟରେ ଏକ ପେମେଣ୍ଟ୍ ଫିଚର ଲଞ୍ଚ୍ କରାଯାଇଥିଲା । ଯାହାପରେ ହ୍ୟାକର୍ସ ୟୁଜରଙ୍କ ଆକାଉଣ୍ଟ୍ ଖାଲି କରି ଦେଇଥିଲେ । ଏହି ଘଟଣା ପରେ ଜାପାନରେ ୭ ପେ ଆପକୁ ସସପେଣ୍ଡ୍ କରିଦିଆଯାଇଛି । ଏହି ଆପ୍ ସାହାଯ୍ୟରେ ଅସାମାଜିକ ଲୋକ ଶହ ଶହ ଗ୍ରାହକଙ୍କ ଆକାଉଣ୍ଟ୍ ରୁ ଲକ୍ଷ ଲକ୍ଷ ଟଙ୍କା ଚୋରୀ କରି ନେଉଛନ୍ତି । ଆପଣଙ୍କୁ କହିରଖୁଛୁ କି ଜୁଲାଇ ୧ ତାରିଖରୁ ଏହି ଆପକୁ ବନ୍ଦ କରିବାକୁ ପଡିଛି । ଅର୍ଥାତ୍ ମାତ୍ର ୩ ଦିନରେ ହ୍ୟାକର ଏତେ ବଡ ହ୍ୟାକିଙ୍ଗ୍ କରିଛି ।

 

କମ୍ପାନୀ ତରଫରୁ ଆପ୍ ରେ ଦିଆଯାଇଥିବା ଫିଚରରେ ଗ୍ରାହକଙ୍କୁ କେବଳ ବାରକୋଡ୍ ସ୍କାନ୍ କରିବାକୁ ପଡିଥାଏ । ଏହାପରେ ଏହି ଆପ୍ ଜରିଆରେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡରୁ ପେମେଣ୍ଟ୍ କରିପାରିବେ । ଫିଚର ଲଞ୍ଚ୍ ହେବାର ପରଦିନ ହିଁ ଜଣେ ଗ୍ରାହକଙ୍କ ବିନା କୋଡ୍ ସ୍କାନ୍ କରିବାରେ ହିଁ ତାଙ୍କ ଟଙ୍କା କଟିଗଲା । ଏକ ଖବରକାଗଜ ମୁତାବକ , ଏହି ଆପ୍ ରେ ଗୋଟିଏ ଭୁଲ୍ ଥିଲା । ଆପରେ ଇମେଲ୍ ଆଇଡି ଦିଆହେବା ଅନିବାର୍ଯ୍ୟ ଥିଲା । କୌଣସି ୟୁଜରର ଜନ୍ମତିଥି ,ଇମେଲ୍ ଆଇଡି ଏବଂ ଫୋନ୍ ନମ୍ବର ଜାଣିବା କ୍ରମେ ହ୍ୟାକର ଅନ୍ୟ କୌଣସି ଇମେଲ୍ ଆଇଡି ଜରିଆରେ ପାସୱାର୍ଡ ବଦଳାଇ ରିକ୍ୱେଷ୍ଟ ପଠାଇପାରିବ । ଆପରେ ଗ୍ରାହକଙ୍କ ଜନ୍ମତିଥି ନଥିଲେ ଏହି ଆପ୍ ୧ ଜାନୁଆରୀ,୨୦୧୯ ତାରିଖକୁ ସେଟ୍ ହୋଇଯିବ । ଏଭଳି ସ୍ଥିତିରେ ଆକାଉଣ୍ଟ ହ୍ୟାକ୍ କରିବା ହ୍ୟାକର ପାଇଁ ସହଜ ହୋଇଗଲା । ଗୋଟିଏ ପ୍ରୟାସରେ ୯୦୦ ୟୁଜରଙ୍କ ଆକାଉଣ୍ଟ୍ ରୁ ୫ ଲକ୍ଷ ଡଲାର ଚୋରୀ କରାଗଲା ।

 

Comments are closed.