ଆଜି ସାଧାରଣତନ୍ତ୍ର ଦିବସ ! ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ପ୍ରସ୍ତୁତ ଗାନ୍ଧୀମାର୍ଗ

75

କନକ ବ୍ୟୁରୋ : ଆଜି ସାଧାରଣତନ୍ତ୍ର ଦିବସ । ଏଥିପାଇଁ ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠି ଦେଶଆତ୍ମବୋଧର ପରିବେଶ ସୃଷ୍ଟି ହୋଇଛି । କଡା ସୁରକ୍ଷା ଭିତରେ ଆଜି ସାରଦେଶ ତାର ସମ୍ବିଧାନ ତଥା ସାର୍ବଭୌମକୁ ସମ୍ମାନ ଜଣାଇବ ଦେଶ ।ରାଜ୍ୟରେ ମଧ୍ୟ ବେଶ ଧୂମଧାମରେ ପାଳନ କରାଯିବ ସାଧାରଣତନ୍ତ୍ର ଦିବସ । ସାଧାରଣତନ୍ତ୍ର ଦିବସ ପରେଡ୍‌ ଲାଗି କମିସନରେଟ୍‌ ପୁଲିସ ତାର ପ୍ରସ୍ତୁତି ଶେଷ କରିଛି ।

ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ପରେଡ୍‌ ସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଗତବର୍ଷ ଭଳି ଚଳିତ ଥର ମଧ୍ୟ ପରେଡ୍‌ବେଳେ ଗାନ୍ଧୀମାର୍ଗରେ ଏନ୍‌ଏସ୍‌ଜି କମାଣ୍ତୋ ମୁତୟନ ହୋଇଛନ୍ତି । ୧୨ ଜଣିଆ କମାଣ୍ତୋ ଟିମ୍‌ ଗତ ଦୁଇ ଦିନ ହେବ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ସେମାନଙ୍କୁ ଗାନ୍ଧୀମାର୍ଗର ରୁଟମ୍ୟାପ, ନିକଟରେ ଥିବା ସୁଉଚ୍ଚ ଅଟ୍ଟାଳିକା, ସଚିବାଳୟ ଓ ବିଧାନସଭା ଆଦି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି । ଆଜି ମଧୢ  ଏନ୍‌ଏସ୍‌ଜି କମାଣ୍ତୋମାନେ ଗାନ୍ଧୀମାର୍ଗକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ପରେଡ୍‌ ଲାଗି ଟ୍ରାଫିକ୍‌ କଟକଣା

ଗାନ୍ଧୀମାର୍ଗରେ ପରେଡ୍‌ ଚାଲୁଥିବାବେଳେ ଟ୍ରାଫିକ ପୁଲିସ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି । ସକାଳ ସାଢେ଼ ୬ଟାରୁ ପରେଡ୍‌ ଶେଷ ପର୍ଯ୍ୟନ୍ତ କୌଣସି ଭାରୀଯାନ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ କିମ୍ବା ରାମମନ୍ଦିର ପଟୁ ମାଷ୍ଟରକ୍ୟାଣ୍ଟିନ୍‌ ଆସି ପାରିବ ନାହିଁ । ପରେଡ୍‌କୁ ସ୍ଥଳକୁ ସ˚ଲଗ୍ନ କରୁଥିବା ୟୁନିଟ-୨ ଏବ˚ ୟୁନିଟ-୩ ଅଞ୍ଚଳର ସମସ୍ତ ରାସ୍ତା ସିଲ୍‌ ରହିବ । ସେହିପରି ଏଜି ଛକରୁ  ପିଏମ୍‌ଜି ଏବ˚ ହାଉସି˚ବୋର୍ଡ ଛକରୁ ପିଏମଜି ଛକକୁ କୌଣସି ଗାଡ଼ି ଆସି ପାରିବ ନାହିଁ ।
ପରେଡ୍‌ ଦେଖିବାକୁ ଆସୁଥିବା ବ୍ୟକ୍ତିବିଶେଷମାନେ ସେମାନଙ୍କ ବାଇକ୍‌ ଓ  ସାଇକେଲ୍‌  ମାଷ୍ଟରକ୍ୟାଣ୍ଟିନ କ˚ଗ୍ରେସ ଭବନ ନିକଟ, ବସଷ୍ଟାଣ୍ତ୍‌, ହୋଟେଲ ଯଯାତି ନିକଟ, ଜୟଦେବ ଭବନ, ଇଡକଲ ଅଡିଟୋରିୟମ ନିକଟ, ୟୁନିଟ-୨ ଏବ˚ ୟୁନିଟ-୩ରେ ଥିବା ହାଇସ୍କୁଲ ପଡିଆରେ ପାର୍କି˚ କରିବେ । ପରେଡ୍‌ ପାଇଁ  ୨ଶହ ଟ୍ରାଫିକ୍‌ କର୍ମଚାରୀ ଓ ୧୫ ଜଣ ପୁଲିସ ଅଧିକ ନିଯୁକ୍ତ ହେବେ। ଡିସିପି ଟ୍ରାଫିକ୍‌ ଓ ଏସିପିଙ୍କ ତତ୍ତ୍ବାବଧାନରେ ଟ୍ରାଫିକ ପରିଚାଳିତ ହେବ।