ଘୁଞ୍ଚିଲା ଅଯୋଧ୍ୟା ଶୁଶାଣି ! ଆସନ୍ତା ୧୦ରେ ଗଠନ ହେବ ନୂଆ ବେଞ୍ଚ

98

କନକ ବ୍ୟୁରୋ : ଅଯୋଧ୍ୟା–ବାବ୍ରୀ ମସଜିଦ ଭୂମି ବିବାଦ ମାମଲାର ଶୁଣାଣି ଟଳିଯାଇଛି । ଆସନ୍ତା ୧୦ ତାରିଖକୁ ଟଳିଛି ଏହି ଶୁଣାଣି । ୧୦ ଜାନୁଆରୀରୁ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  ଏହି ଦିନ ୩ ଜଣ ବିଚାପତିଙ୍କୁ ନେଇ ଗଠିତ ହେବ ବେଂଚ ଆଉ ନୂଆ ବେଂଚର ବିସ୍ତୁତ ତଥ୍ୟ ୧୦ ଜାନୁଆରୀରରେ ହିଁ ଜଣାପଡିବ । ଆସନ୍ତା ଗୁରୁବାର ଅର୍ଥାତ ୧୦ ତାରିଖରେ ଜଣାପଡିବ ନୂଆ ବେଂଚର କେଉଁ କେଉଁ ବିଚାରପତି ରହିବେ ।  ଆଉ ଏହି ନୂଆ ବେଂଚ ୧୦ ତାରିଖରୁ ଏହାର ଶୁଣାଣି କରିବେ ।

 ତେବେ  ମାମଲାର ନିୟମିତ ଶୁଣାଣି ହେବ ନା ନାହିଁ  ସେ ବିଷୟରେ  ନୂଆ ବେଂଚ ସ୍ଥିର କରିବ ।  ନୂଆ  ବେଂଚ ଶୁଣାଣିର ରୂପରେଖ ପ୍ରସ୍ତୁତ କରିବ ।  ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଏହି ଆବେଦନ କରାଯାଇଛି । ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ୨.୭୭ ଏକର ଜମିକୁ ସୁନି ୱାକପ୍ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବରେ ବାଂଟିଥିଲେ । ଏହା ବିରୋଧରେ ୧୪ଟି ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି । ଗତବର୍ଷ ଅକ୍ଟୋବର ୨୯ ତାରଖରେ ଏହି ମାମଲା ସୁପ୍ରିମକୋର୍ଟକୁ ଆସିଥିଲା । ତେବେ ପ୍ରଧାନ ବିଚାରପତି ଏହି ମାମଲାକୁ ଜାନୁୟାରୀ ମାସକୁ ଘୁଂଚାଇ ଦେଇଥିଲେ ।