‘ଧଡକ’ ଯୋଡିଙ୍କ ପ୍ରଥମ ଫଟୋସୁଟ୍ : ମାଗାଜିନରେ ସ୍ଥାନ ପାଇଲା ଜାହ୍ନବୀ-ଇଶାନଙ୍କ ଫଟୋ

36

ଚଳଚ୍ଚିତ୍ର ‘ଧଡକ’ରେ ନିଜ ମ୍ୟାଜିକାଲ୍ କେମେଷ୍ଟ୍ରୀ ଭେଟି ଦେଇଥିବା ରୋମାଂଟିକ୍ ଯୋଡି ଜାହ୍ନବୀ–ଇଶାନଙ୍କ ରୋମାନ୍ସ ପୁଣିଥରେ ଦେଖିବାକୁ ମିଳିଛି । ଫିଲ୍ମଫେୟାର୍ ମାଗାଜିନ୍ ପାଇଁ କରାଇଥିବା ଏକ ଫଟୋସୁଟରେ ଏହି ଯୋଡିଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ମାଗାଜିନର ଜୁଲାଇ ମାସ ସଂସ୍କରଣରେ କଭରପେଜରେ ସ୍ଥାନ ପାଇଛି ଏମାନଙ୍କ ଫଟୋ ।

ଧଡକ ଫିଲ୍ମ ଜରିଆରେ ବଲିଉଡରେ ଏଂଟ୍ରି କରିଥିବା ଷ୍ଟାର୍ କିଡ୍ ଯୋଡି ଜାହ୍ନବୀ କପୁର ଓ ଇଶାନ୍ ଖଟ୍ଟରଙ୍କ କରାଇଛନ୍ତି ନିଜ ପ୍ରଥମ ଫଟୋସୁଟ୍ । ଫିଲ୍ମଫେୟାର୍ ମାଗାଜିନ୍ ପାଇଁ ଏହି ଯୋଡି ନିକଟରେ କରାଇଛନ୍ତି ଫଟୋସୁଟ୍ । ଡିଫରେଂଟ୍ ଡିଫରେଂଟ୍ କଷ୍ଟ୍ୟୁମରେ ଏହି ଷ୍ଟାର୍ ଦ୍ୱୟ ପୋଜ୍ ଦେବାରେ ଆସିଛନ୍ତି ନଜର । ମଡର୍ଣ୍ଣ ଆଉଟଫିଟରେ ଜାହ୍ନବୀ ଓ ଇଶାନ୍ କରାଇଛନ୍ତି ଏହି ଫଟୋସୁଟ୍ । ଆଉ ଏଥିରେ ବି ଦୁହିଁଙ୍କ ଭିତରେ ଦେଖିବାକୁ ମିଳିଛି ଭରପୁର କେମେଷ୍ଟ୍ରୀ । ପ୍ରଥମ ଥର ପାଇଁ ଏହି ଷ୍ଟାର୍ କିଡଙ୍କ ଫଟୋସୁଟ୍ କରାଯାଇଛି । ମାଗାଜିନ୍ କଭର୍ ପେଜରେ ବି ସ୍ଥାନ ପାଇଛି ଏମାନଙ୍କ ଫଟୋ । ନିର୍ଦ୍ଦେଶକ ଶଶାଙ୍କ ଖୈତାନଙ୍କ ଫିଲ୍ମ ଧଡକ ଜରିଆରେ ବଲିଉଡରେ ଏଂଟ୍ରି କରିଛନ୍ତି ଜାହ୍ନବୀ । ଆଉ ତାଙ୍କ ସହ ଫିଲ୍ମରେ ନାୟକ ଭାବେ ନଜର ଆସିଥିଲେ ଇଶାନ୍ ଖଟ୍ଟର୍ । ପ୍ରଥମ ଫିଲ୍ମରୁ ହିଁ ଏହି ଯୋଡିଙ୍କ ରୋମାନ୍ସ ଅଡିଏନ୍ସଙ୍କୁ କରିପାରିଛି ଇମ୍ପ୍ରେସ୍ । ଯାହା ଏହି ଫଟୋସୁଟରେ ବି ପୁଣିଥରେ ଦେଖିବାକୁ ମିଳିଛି ।