ଲାଲଚୈାକରେ ତ୍ରିରଙ୍ଗା ଉଡାଇପାରିଲେନି ଜାହ୍ନବୀ

87

source-http://images.jagran.com/

ସ୍ୱାଧୀନତା ଦିବସରେ ଶ୍ରୀନଗର ଲାଲ ଚୌକରେ ତ୍ରିରଙ୍ଗା ପତାକା ଉଡାଇବାକୁ ପ୍ରତିଜ୍ଞା କରିଥିବା ,ଲୁଧିଆନାର ୧୫ ବର୍ଷୀୟା ନାବାଳିକା କର୍ମୀ ଜାହ୍ନବୀ ବହଲ ବିଫଳ ହୋଇଛନ୍ତି । ରବିବାର ଜାହ୍ନବୀ ତାଙ୍କର ସମର୍ଥକଙ୍କ ସହିତ ଶ୍ରୀନଗର ବିମାନବନ୍ଦରରେ ପହଂଚିଥିବାବେଳେ ସୁରକ୍ଷାକର୍ମୀ ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ ।

source-http://images.jagran.com/

ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଜାହ୍ନବୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରି ସୁରକ୍ଷାକର୍ମୀ ତାଙ୍କୁ ବିମାନବନ୍ଦର ବାହାରକୁ ଯିବାକୁ ଦେଇ ନ ଥିଲେ । ଫଳରେ ସେ ନିରାଶ ହୋଇ ଦିଲ୍ଲୀ ଫେରିଆସିଛନ୍ତି। ଦିଲ୍ଲୀରେ ପହଂଚିବା ପରେ ୧୫ବର୍ଷୀୟ ଜାହ୍ନବୀ କହିଛନ୍ତି ‘ତ୍ରିରଙ୍ଗା ପତାକାକୁ ଜଣେ ଅଫିସରଙ୍କୁ ହସ୍ତାନ୍ତର କରିଛି।

source-http://www.hindustantimes.com/

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଶ ବିରୋଧ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଛାତ୍ର ନେତା କହ୍ନେୟା କୁମାରଙ୍କୁ ଡିବେଟ ଲାଗି ଆହ୍ୱାନ ଦେଇ ଜାହ୍ନବୀ ଚର୍ଚ୍ଚାକୁ ଆସିଥିଲେ। ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ବୁରହାନ ୱାନିର ହତ୍ୟା ପରେ ଜୁଲାଇ ୮ରୁ କାଶ୍ମୀରରେ ଉତେଜନା ଦେଖାଯାଇଛି। ଏହି ଉତେଜନା ଓ ସ୍ୱାଧୀନତା ଦିବସକୁ ନେଇ ସାରା କାଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି । ଏପରି ସ୍ଥିତିରେ ଜାହ୍ନବୀଙ୍କୁ ତ୍ରିରଙ୍ଗା ଉଡାଇବା ଲାଗି ଅନୁମତି ଦିଆଯାଇ ନାହିଁ।