ଜନଧନ ଯୋଜନା : ବିଗତ ୩ ବର୍ଷରେ ୩୦ କୋଟି ପରିବାର ଖୋଲିଛନ୍ତି ବ୍ୟାଙ୍କ୍ ଆକାଉଣ୍ଟ

55

ବିଗତ ୩ ବର୍ଷ ଭିତରେ ଜନଧନ ଯୋଜନା ଅନୁସାରେ ୩୦ କୋଟି ପରିବାର ବ୍ୟାଙ୍କରେ ଖାତା ଖୋଲିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜଟେଲୀ ଆଜି ଏହାର ସୂଚନା ଦେଇଛନ୍ତି । ତେବେ ଶୂନ୍ୟ ବାଲାନ୍ସ ଥିବା ଖାତା ୨୦ ପ୍ରତିଶତ କମ ହୋଇଛି । ଅରୁଣ ଜେଟଲୀ କହିଛନ୍ତି, ଏବେ ଯେଉଁ ଶୂନ୍ୟ ବାଲାନ୍ସ ଆକାଉଂଟ ଅଛି , ତାହା ଅତିଶୀଘ୍ର କାର୍ଯ୍ୟକ୍ଷମ ହେବ । କାରଣ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅନୁସାରେ ମିଳୁଥିବା ସବସିଡ଼ି ଏହି ଖାତାରେ ପହଞ୍ଚିବ ।

ପୂର୍ବରୁ ୪୨ ପ୍ରତିଶତ ଲୋକଙ୍କ ପାଖରେ ନଥିଲା ବ୍ୟାଙ୍କ୍ ଆକାଉଂଟ –
ଆର୍ଥିକ ସମାବେଶନ ଉପରେ ଆୟୋଜିତ ହୋଇଥିବା କନକ୍ଲେଭରେ ଯୋଗଦେଇ ଅର୍ଥମନ୍ତ୍ରୀ ଅରୁଣ ଜଟେଲୀ କହିଛନ୍ତି, ଜନଧନ ଯୋଜନା ପୂର୍ବରୁ ୪୨ ପ୍ରତିଶତ ପରିବାର ପାଖରେ ବ୍ୟାଙ୍କ ଆକାଂଉଟ ନଥିଲା । ସେ କହିଛନ୍ତି ଯୋଜନା ଅନୁସାରେ ପ୍ରଥମେ ୭୬.୮୧% ଶୂନ୍ୟ ଅକାଉଂଟ ଥିଲା ।

୨୦୧୪ରେ ଆସିଥିଲା ଯୋଜନା –
Arun Jaitley୨୦୧୪ରେ ଜନଧନ ଯୋଜନା ପ୍ରଣୟନ ହୋଇଥିଲା । ସମସ୍ତ ଭାରତୀୟ ନାଗରିକ ବ୍ୟାଙ୍କ୍ ସେବା ସହ ଯୋଡ଼ି ହୁଅନ୍ତୁ ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା । ଏହି ଯୋଜନା ଲଂଚ ହେବାର ୩ ମାସ ପରେ ଡିସେମ୍ବର ୨୧୦୪ରେ ୭୬.୮୧ ଖାତାରେ ଶୂନ୍ୟ ବାଲାନ୍ସ ଥିଲା । ଏବେ ଏହି ସଂଖ୍ୟା ପ୍ରାୟ ୨୦ ପ୍ରତିଶତ କମ୍ ହୋଇଯାଇଛି । ଏହି ସ୍କିମ ଅନୁସାରେ ଖୋଲା ଯାଇଥିବା ବ୍ୟାଙ୍କ ଅକାଂଉଟରେ ଖୋଲା ଯାଇଥିବା ବ୍ୟାଙ୍କ ଖାତାରେ ଶୂନ୍ୟ ବାଲାନ୍ସ ରଖିବାର ସୁବିଧା ଉପଲବ୍ଧ ଥିଲା ।

ତେବେ ଏହି କନକ୍ଲେଭରେ ଆଧାର ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ସେ କହିଛନ୍ତି ଆଧାର, ସାମ୍ବିଧାନିକ ଆଧାରରେ ନିଶ୍ଚିତ ସଫଳ ହେବ । ସୁପ୍ରିମକୋର୍ଟରେ ଆଧାରକୁ ନେଇ ଚାଲୁଥିବା ମାମଲା ଉପରେ ଅରୁଣ ଜେଟଲୀ କହିଛନ୍ତି , ଆଧାର ଲୋକଙ୍କ ସାର୍ବଜନିକ ଲାଭ ପାଇଁ ବ୍ୟବହାର କରାଯିବ ।