ଆଜି ପବିତ୍ର ଜନ୍ମାଷ୍ଟମୀ : ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର

86

କନକ ବ୍ୟୁରୋ : ଆଜି ପବିତ୍ର ଜନ୍ମାଷ୍ଟମୀ । ଆଜିର ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ। ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜ କଂସଙ୍କ କାରାଗାରରେ ଜନ୍ମ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ । ପୃଥିବୀ ପୃଷ୍ଠରୁ ପାପଭାର କମାଇବା ପାଇଁ ଏବଂ ସାଧୁସନ୍ଥଙ୍କ ରକ୍ଷା ପାଇଁ ଭଗବାନ ବିଷ୍ଣୁଙ୍କ ଏହି ଅବତାର ଧାରଣ କରିଥିଲେ ଶ୍ରୀକୃଷ୍ଣ । ଘନ ଅନ୍ଧକାର ମଧ୍ୟରେ ନବଜାତ ଶିଶୁକୁ ବସୁଦେବ ମଥୁରାରୁ ନେଇ ଗୋପପୁରର ରାଜା ନନ୍ଦଙ୍କ ଘରେ ଛାଡି ଆସିଥିଲେ । ଯଶୋଦାଙ୍କ କୋଳରେ କଟିଥିଲା ମହାପ୍ରଭୁଙ୍କ ବାଲ୍ୟ କାଳ। ଶ୍ରୀକୃଷ୍ଣଙ୍କ ଆରାଧାନା ପାଇଁ ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ଭିଡ ଜମିଲାଣି । ସମସ୍ତଙ୍କ ମଙ୍ଗଳକାମନା କରି ଶ୍ରଦ୍ଧାଳୁ ଆଜି ନିର୍ଜଳା ଉପବାସ ମଧ୍ୟ କରୁଛନ୍ତି ।