ଭୋଟଗ୍ରହଣ କେନ୍ଦ୍ରରେ ଇଭିଏମ ଭାଙ୍ଗିଲେ ପ୍ରାର୍ଥୀ । ଗିରଫ କଲା ପୋଲିସ, ଦେଖନ୍ତୁ ଭିଡିଓ ।

273

ଆନ୍ଧ୍ରପ୍ରଦେଶର ଜନ ସେନା ପାର୍ଟିର ପ୍ରାର୍ଥୀଙ୍କ ଭୋଟଦାନ କେନ୍ଦ୍ରରେ ତୁମୁଳକାଣ୍ଡ । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଥିବା ବେଳେ ଜନ ସେନାର ପ୍ରାର୍ଥୀ ଇଭିଏମ ମେସିନ ଭାଙ୍ଗି ଦେଇଛନ୍ତି । ପରେ ତାଙ୍କୁ ପୋଲିସ ଗିରଫ କରି ନେଇଛି । ପୋଲିସର କହିବା ଅନୁଯାୟୀ, ମଧୁସୂଦନ ଗୁପ୍ତା ନାମକ ପ୍ରାର୍ଥୀ ଅନ୍ତନପୁର ଜିଲ୍ଲା ଅନ୍ତର୍ଗତ ଗୁଣ୍ଟାକଳର ଏକ ପୋଲିଂ ବୁଥରେ ଏଭଳି ଭଙ୍ଗାରୁଜା କରିଛନ୍ତି ।


ସୂଚନା ଅନୁଯାୟୀ, ମଧୁସୂଦନ ଗୁପ୍ତା ପୋଲିଂ ବୁଥକୁ ଭୋଟ ଦେବାକୁ ଆସିଥିବା ବେଳେ କୌଣସି କାରଣରୁ ନିର୍ବାଚନ କର୍ମଚାରୀଙ୍କ ଉପରେ ରାଗି ଯାଇଥିଲେ । ତାଙ୍କ କହିବା ଅନୁଯାୟୀ, ଇଭିଏମରେ ସଂସଦୀୟ ଓ ବିଧାନସଭା ସିଟ୍ ଭାବରେ ଦେଖାଯାଉନଥିଲା । ଏଏନଆଇ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ମଧୁସୂଦନ ଇଭିଏମକୁ ଉଠାଇ ଚଟାଣରେ ଫୋଫାଡୁଛନ୍ତି । ଯାହାପରେ ଇଭଏମଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ଆନ୍ଧ୍ର ପ୍ରଦେଶରେ ୧୭୫ ବିଧାନସଭା ଓ ୨୫ ଲୋକସଭା ଆସନରେ ଭୋଟଗ୍ରହଣ ହେଉଛି । ରାଜ୍ୟରେ ମୋଟ ୪୬ ହଜାର ୧୨୦ଟି ମତଦାନ କେନ୍ଦ୍ର ରହିଥିବା ବେଳେ ଏଥିରୁ ମୋଟ ୮୫୧୪ଟି ସମ୍ବେଦନଶୀଳ ବୁଥ ରହିଛି । ଏହାଛଡା ୫୨୦ଟି ବୁଥରେ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ହେବ । ଏହି ବୁଥ ଗୁଡିକ ଓଡିଶା ଓ ଛତିଶଗଡ ସୀମାକୁ ଲାଗି ରହିଛି ।

Comments are closed.