ଗୁଜବ ନେଲା ୭ ଜୀବନ ! ଫଟୋ ବଖାଣୁଛି କେତେ ଭୟଙ୍କର ସୋସିଆଲ୍ ମିଡିଆର ଚେହେରା

32

ବିକାଶ ଦିଗରେ କାମ କରୁଛି ସୋସିଆଲ ମିଡ଼ିଆ । କିନ୍ତୁ ଏହି ସୋସିଆଲ୍ ମିଡିଆ ଏବେ ପାଲଟି ଯାଇଛି ହତ୍ୟାକାରୀ । ଝାରଖଣ୍ଡର ଜମସେଦପୁର ଅଂଚଳରେ ଗତ ୧୦ ଦିନ ଭିତରେ ସୋସିଆଲ ମିଡ଼ିଆରେ ଏକ ଗୁଜବ ଖବର ପାଇଁ ଏପର୍ଯ୍ୟନ୍ତ ୭ଜଣଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଇଛି ।

ସୂଚନା ମୁତାବକ ପିଲା ଚୋରିକୁ ନେଇ ଗତ କିଛି ଦିନ ହେବ ହ୍ୱାଟସଆପରେ ଗୁଜବ ହୋଇଛି । ପ୍ରଚାର ହୋଇଥିବା ଖବର ଅନୁସାରେ ପିଲା ଚୋରିରେ ୪ ଗ୍ରୁପ କାମ କରୁଛି । ତେଣୁ ଗୁଜବକୁ ବିଶ୍ୱାସ କରି ଅତି ନୃଶଂସ ଭାବରେ ୭ଜଣଙ୍କୁ ନିଷ୍ଠୁର ଭାବରେ ହତ୍ୟା କରିଥିଲେ ସ୍ଥାନୀୟ ବାସିନ୍ଦା । ଏହି ଘଟଣାକୁ ନେଇ ଗାଁର ୨ଟି ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଉତ୍ତେଜନାର ରୂପ ନେଇଥିଲା ।

ତେବେ ଏହି ଘଟଣାକୁ ନେଇ ଏକ ଫଟୋ ସାମ୍ନାକୁ ଆସିଛି ଯାହା ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଗୁଜବର ପରିଣାମ କେତେ ଯେ ଭୟଙ୍କର ହୋଇପାରେ ଏହି ଫଟୋରୁ ସ୍ପଷ୍ଟ ଜଣାପଡୁଛି । ଗତ ଗୁରୁବାର ଦିନ ପିଲାଚୋର ବୋଲି ସନ୍ଦେହରେ ଝାଡ଼ଖଣ୍ଡର ଶୋଭାପୁର ଠାରେ ସ୍ଥାନୀୟ ଆଦିବାସୀ ଲୋକେ ୪ ଜଣଙ୍କୁ ପିଟି ପିଟି ମାରି ଦେଇଥିଲେ। ତେବେ ଶେଷ ବ୍ୟକ୍ତି ଭାବେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ମହମ୍ମଦ ନଇମ। ନିକଟରେ ଲୋକଙ୍କୁ ଜୀବନ ଭିକ୍ଷା କରୁଥିବା ବେଳର ନଇମଙ୍କ ରକ୍ତ ଜୁଡ଼ୁବୁଡ଼ୁ ଫଟୋ ଏବେ ନଇମଙ୍କ ନିର୍ଦ୍ଦୋଷର କାହାଣୀ ବଖାଣୁଛି।