ଅନନ୍ତନାଗରେ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ହମଲା ! ୬ ପୋଲିସ କର୍ମଚାରୀ ସହିଦ

21

କନକ ବ୍ୟୁରୋ: ଜମ୍ମୁକଶ୍ମୀରର ଅନ୍ତନନାଗର ଆକବାଲ ଅଂଚଳରେ ପାଟ୍ରୋଲିଂ ଟିମ୍ ଉପରେ ହମଲା କରିଛନ୍ତି ଆତଙ୍କବାଦୀ । ଏଥିରେ ୬ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି । ହମଲା ପରେ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଲୁଟି ନେବା ସହ ଯବାନଙ୍କ ମୃତଦେହ ସହ ବର୍ବରତା ଆଚରଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ନିଜକୁ ଦାୟୀ କରିଛି ।

ସେପଟ କୁଲାଗାମ ଅରବାନୀ ଗାଁରେ ସର୍ଚ୍ଚ ଅପରେସନରେ ସେନାକୁ ମିଳିଛି ସଫଳତା । ଏନକାଉନଟରରେ ଲସ୍କର ଏ ତୋୟବାର କମାଣ୍ଡର ଜୁନୈଦ ମଟ୍ଟୁ ନିହତ ହୋଇଛି । ଜମ୍ମୁକଶ୍ମୀରର ହାଇଦପୋରା ସେନା ଶିବିର ପାଖରେ ଏସଓଜି ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ଜଣେ ଯବାନ ମୃତ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛି ।

ମୃତ ଏସଓଜି ଯବାନ ସବୀର ଅହମ୍ମଦଙ୍କ ଶେଷକୃତ୍ୟ ହାଇଦରପୋରାରେ ସଂପନ୍ନ କରାଯାଇଛି । ତେବେ ଏହି ଆକ୍ରମଣ ପଛରେ ହିଜବୁଲ ମୁଜାହିଦ୍ଧିନର ହାତଥିବା ନେଇ ସହେନ୍ଦ କରାଯାଉଛି । ଏସଓଜି ଯବାନଙ୍କ ଉପରେ ଆକ୍ରମଣ ଘଟଣା ପରେ ହାଇଦରପୋରାରେ ହାଇଆର୍ଲଟ ଜାରି କରାଯାଇ, ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।