ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ଗାର୍ଡଙ୍କୁ ଧକ୍କା ଦେଇ କାର ସହ ବାସଭବନ ଭିତରକୁ ଧସେଇ ପଶିଲା ଅଜଣା ବ୍ୟକ୍ତି

34

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି । ଆଜି ଜମ୍ମୁ ସ୍ଥିତ ଅବଦୁଲ୍ଲାଙ୍କ ବାସଭବନକୁ ଏକ କାର ଧସେଇ ପଶିଥିଲା । ଅବଦୁଲ୍ଲାଙ୍କ ବାସଭବନର ଗେଟରେ ପହଂଚିବା ଆଗରୁ ସୁରକ୍ଷା କର୍ମୀଙ୍କ ଗୁଳିରେ ଡ୍ରାଇଭର ଜଣକର ମୃତ୍ୟୁ ହୋଇଛି । ମୃତକକୁ ଚିହ୍ନଟ କରାଯାଇପାରିନାହିଁ, ତେବେ ମୃତକ ଜଣକ ପୁନ୍ଛ ଜିଲ୍ଲାର ମେନ୍ଧର ଅଂଚଳର ବୋଲି ପୋଲିସ ପ୍ରାଥମିକ ଭାବରେ ସୂଚନା ଦେଇଛି । ତେବେ କାହିଁକି ଫାରକୁ ଅବଦୁଲ୍ଲାଙ୍କ ଘରକୁ କାରଟି ଧସେଇ ପଶିଥିଲେ ତାହା ଜଣାପଡି ନାହିଁ ।

ଆଜି ସକାଳେ ଫାରୁକ ଅବଦୁଲ୍ଲାଙ୍କ ବାସଭବନର ମୁଖ୍ୟ ଗେଟର ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡଙ୍କୁ ଧକ୍କା ଦେଇ କାର ସହ ଭିତରକୁ ପ୍ରବେଶ କରୁଥିବା ସମୟରେ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡ ମଝ୍ୟ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଜାମୁରେ ଆଜି ସକାଳୁ ହିଁ ସେନାର ଗୋଳିରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରକୁ କେଉଁ ପରିସ୍ଥିତିରେ ଅଜଣା ବ୍ୟକ୍ତି କାର ପଶାଉଥିଲେ ତାହାର ତଦନ୍ତ ହେବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।