ଜାମ୍ମୁରୁ ଧାରା ୩୫ଏ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେବା ପୂର୍ବରୁ କାଶ୍ମୀରରେ ବନ୍ଦ ପାଳନ ଓ ପ୍ରତିବାଦ : ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିଛି ସୁରକ୍ଷାବଳ

44

କନକ ବ୍ୟୁରୋ : ଜାମ୍ମୁରେ ଧାରା ୩୫ଏ’ର ବୈଧ୍ୟତା ଉପରେ ସୁପ୍ରିମ୍ କୋର୍ଟ ନିଷ୍ପତ୍ତି ନେବାକୁ ବାହାରି ଥିବା ବେଳେ ବିଚ୍ଛିନ୍ନତାବାଦୀ ନେତାମାନେ ସମଗ୍ର କଶ୍ମୀର ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି। ଧାରା ୩୪ଏ ଅନୁସାରେ, ଜମ୍ମୁ ଓ କଶ୍ମୀର ରାଜ୍ୟ ବାହାରର କୌଣସି ବ୍ୟକ୍ତି ସ୍ଥାବର ସମ୍ପତ୍ତି ଅଧିକାର କରିପାରିବେ ନାହିଁ। ଧାରା ୩୫ଏ’କୁ ଉଚ୍ଛେଦ କରିବା ପାଇଁ ଦାଏର୍ କରାଯାଇଥିବା ପିଟିସନ୍ ବିରୋଧରେ ସୟେଦ୍ ଅଲି ଶାହା ଗୀଲାନି, ମିର୍ଓ୍ଵଜ୍ ଉମର ଫାରୁକ୍ ଏବଂ ୟାସିନ୍ ମଲିକ୍ ସମେତ ଜଏଣ୍ଟ୍ ରେଜିଷ୍ଟାନ୍ସ୍ ଲିଡର୍ସିପ୍ର ନେତାମାନେ ଆଜି ସମଗ୍ର କଶ୍ମୀର ବନ୍ଦ କରିବାକୁ ଆହ୍ଵାନ ଦେଇଛନ୍ତି। ସେପଟେ ଆଜି ସୁପ୍ରିମ୍ କୋର୍ଟ ଏହି ପିଟିସନଗୁଡିକ ଉପରେ ରାୟ ଶୁଣାଇବେ।

ଗୁରୁବାର ଦିନ ବିଚ୍ଛିନ୍ନତାବାଦୀମାନେ ବନ୍ଦ ଡାକରା ଦେବାରୁ ସମଗ୍ର ଉପତ୍ୟକାରେ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବା ସହ ରାସ୍ତାରେ ସବୁ ପ୍ରକାର ପରିବହନ ବନ୍ଦ ରହିଛି। ସ୍କୁଲ୍ ସବୁ ବନ୍ଦ ରହିଛି ଏବଂ ସରକାରୀ ଅଫିସ୍ ଓ ବ୍ୟାଙ୍କ୍ ଆଦିରେ ଉପସ୍ଥାନ କମ୍ ରହିଛି। ତେବେ ବାରମ୍ବାର ଜାମ୍ମୁରେ ଆନ୍ଦୋଳନ ହେଉଥିବାରୁ ଅନେକ ସମୟରେ ସେଠାରେ ଅଶାନ୍ତିର ବାତାବରଣ ଦେଖାଯାଉଛି । ତେଣୁ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ସମୟରେ ପୋଲିସ ମାନେ ସତର୍କ ରହିବା ସହ କିପରି ଭାବରେ ସେଠାରେ ଶାନ୍ତି ବଜାୟ ରହିବ ସେନେଇ ଧ୍ୟାନ ଦିଆଯାଉଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।