ଆଜି ଜମ୍ମୁ-କାଶ୍ମୀରର ଶ୍ରୀନଗର ଲୋକସଭା ଆସନରେ ଉପ ନିର୍ବାଚନ : ଏନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ

16

କନକ ବ୍ୟୁରୋ : ଆଜି ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଖାଲି ପଡିଥିବା ଲୋକସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଉପନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ପିଡିପି ଓ ନ୍ୟାସନାଲ କନଫରେନ୍ସ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି ।

ସେହିପରି ଆସନ୍ତା ୧୨ ତାରିଖରେ ଅନନ୍ତନାଗରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ । ଆତଙ୍କବାଦୀଙ୍କ ଆକ୍ରମଣକୁ ଆଶଙ୍କା କରି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୫ ତାରିଖରେ ଏହି ଦୁଇଟି ଆସନର ଫଳାଫଳ ଘୋଷଣା କରାଯିବ ।