ଜାମ୍ମୁରେ ପୁଣି ସୁରକ୍ଷା ବାହିନୀର ଏନକାଉଣ୍ଟର : ୨ ଆତଙ୍କବାଦୀ ନିହତ

ପୁଣି ଥରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି

56

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର ସୋପିଆନାରେ ଆଜି ସକାଳେ ପୁଣି ଥରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ , ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ୨ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇଥିବା ମଧ୍ୟ ସୂଚନା ମିଳିଛି । ନିହତ ହୋଇଥିବା ୨ ଆତଙ୍କବାଦୀ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସଦସ୍ୟ ଥିବା ଜଣାପଡ଼ିଛି।

 

ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ମହମ୍ମଦ ଇରଫାନ୍ ଭଟ୍ଟ ହୋଇଥିବା ବେଳେ ଅନ୍ୟକ ସହିଦ୍ ମୀର ବୋଲି ଚିହ୍ନଟ କରାଯାଇଛି। ଏନକାଉଣ୍ଟର ପରେ ଏମାନଙ୍କ ନିକଟରୁ ବହୁ ପରିମାଣର ମାରଣାସ୍ତ୍ରକୁ ମଧ୍ୟ ସୁରକ୍ଷା ବାହିନୀର ଯବାନମାନେ ଜବତ କରିଛନ୍ତି। ଜାମ୍ମୁ- କଶ୍ମୀରରେ ଘଟିଥିବା ଅନେକ ଆତଙ୍କବାଦୀ ହାମଲାରେ ନିହତ ହୋଇଥିବା ଏହି ୨ ଆତଙ୍କବାଦୀ ସଂପୃକ୍ତ ଥିବା ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। ସଂପୃକ୍ତ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଆତ୍ମଗୋପନ କରି ରହିଥିବା ସନ୍ଦେହ କରି ଏବେ ବି ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ମତାମତ

Your email address will not be published.