ସୀମାରେ ଗୁଳି, ଦିଲ୍ଲୀରେ କଂପନ : ବାରମୂଳା ଆର୍ମି ବେସ୍ କ୍ୟାମ୍ପରେ ଆତଙ୍କବାଦୀ ହମଲା

63

Attack on Mohura army campକନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ହମଲା । ବାଲାମୁଲା ଜିଲ୍ଲା ଉରି ସେନା ଶିବିରି ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏଥିରେ ୧୭ ଜଣ ଯବାନ ସହିଦ ହୋଇଥିବା ବେଳେ ୧୯ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆର୍ମି ହସ୍ପିଟାଲରେ ଚାଲିଛି ଆହତଙ୍କ ଚିକିତ୍ସା ।

ସେହିପରି ଯବାନଙ୍କ ପାଲଟା ଆକ୍ରମଣରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ନିନ୍ଦା କରିଥିବାବେଳେ ଘଟଣା ପଛରେ ଥିବା କାହାରିକୁ ଛଡ଼ା ଯିବ ନାହିଁ ବୋଲି ସୂଚାଇ ଦେଇଛନ୍ତି । ଏପଟେ ପରିସ୍ଥିତିର ମୁକାବିଲା ପାଇଁ ଗୃହମନ୍ତ୍ରୀ ଦିଲ୍ଲୀରେ ଏକ ଜରୁରୀ ବୈଠକରେ ଆଲେଚନା କରିଥିବା ବେଳେ ପ୍ରତିରକ୍ଷାମନ୍ତ୍ରୀ ଏବଂ ସେନାମୁଖ୍ୟ ଶ୍ରୀନଗର ଗସ୍ତ କରିଛନ୍ତି ।