ଜମ୍ମୁ-କାଶ୍ମୀରର ସୋପିୟାଁରେ ଆତଙ୍କବାଦୀଙ୍କ ନଜର ! ଏଥର ସେନା କ୍ୟାମ୍ପକୁ କଲେ ଟାର୍ଗେଟ୍ ।

111

ଜମ୍ମୁ-କାଶ୍ମୀରର ସୋପିୟାଁରେ ପୁଣିଥରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଏହି ଆକ୍ରମଣ ସେନା କ୍ୟାମ୍ପ୍ ଉପରେ କରିଛନ୍ତି । ସେନା ନଗୀସରଣର ୩୫ ଆରଆର୍ କ୍ୟାମ୍ପକୁ ଆତଙ୍କବାଦୀ ମାନେ ଟାର୍ଗେଟ୍ କରିଥିଲେ । ଯବାନମାନେ ମଧ୍ୟ ଆତଙ୍କବାଦୀଙ୍କୁ ଉଚିତ୍ ଯବାବ୍ ଦେବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । ସୁରକ୍ଷାବଳ ତରଫରୁ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବା ସହ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ୍ ଜାରୀ କରାଯାଇଛି ।

ଆପଣଙ୍କୁ କହିରଖୁଛୁ କି ୧୪ ଫେବୃୟାରୀ ପୁଲୱାମା ସିଆରପିଏଫ୍ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ତରଫରୁ ଲଗାତାର ସିଜଫାୟାର ଉଲ୍ଲଙ୍ଘନ ଜାରୀ ରହିଛି । ସେନା ତରଫରୁ ମଧ୍ୟ ଉଚିତ୍ ଜବାବ୍ ଦିଆଯାଉଛି । ଲଗାତାର ଫାୟାରିଙ୍ଗ୍ ଏବଂ ଗୁଳିଗୋଳାର ବର୍ଷଣ କରାଯାଉଛି ।