କଶ୍ମୀରରେ ସେନାର ପାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀ ହମଲା ! ୩ ଯବାନ ଆହତ

21

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ବାନ୍ଦିପାରରେ ସେନାର ପାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ୩ ଯବାନ ଆହତ ହୋଇଛନ୍ତି । ସେପଟେ ପୁଚ୍ଛର ନିୟନ୍ତ୍ରଣ ରେଖାରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପାକ୍ ସେନା ପକ୍ଷରୁ ପ୍ରବଳ ମୋର୍ଟାର ମାଡ ଚାଲିଛି । ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆର୍ମି ପୋଷ୍ଟ ଓ ଗାଁ ଗୁଡିକୁ ଟାର୍ଗେଟ କରିଛି ପାକିସ୍ତାନ ।

ଗତବର୍ଷ ଆଜିର ଦିନରେ ସେନାର ଏନକାଉଂଟରରେ ହିଜବୁଲର ଆତଙ୍କବାଦୀ ବୁରହାନ ପ୍ରାଣ ହରାଇଥିଲା । ଏହାକୁ ଦୃଷ୍ଟିରେ ରଖି କଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି । ବୁରହାନର ନିଜ ଗାଁ ତ୍ରାଲରେ କର୍ଫ୍ୟୁ ଲଗାଯାଇଛି । ସୋପିଆନ, ପୁଲବାମା, କୁଲଗାଁଓ ଓ ଅନନ୍ତନାଗ ଜିଲ୍ଲାରେ ବୁରହାନର ସମର୍ଥକ ରାଜରାସ୍ତାକୁ ଓହ୍ଲାଇବା ପରେ ୧୪୪ ଧାରା ଜାରି କରାଯାଇଛି । ଦକ୍ଷିଣ କାଶ୍ମୀରରେ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ସମସ୍ତ ସଡକକୁ ସିଲ କରାଯାଇ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି ।