ସହିଦ୍ ଇନସ୍ପେକ୍ଟରଙ୍କ ଅନ୍ତିମ ବିଦାୟ ସମୟରେ ୪ ବର୍ଷର ପୁଅକୁ କୋଳରେ ଧରି କାନ୍ଦିବାକୁ ଲାଗିଲେ ଶ୍ରୀନଗର ଏସଏସପି ! ଫଟୋ ହେଲା ଭାଇରାଲ୍ ।

911

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଗତ ବୁଧବାର ହୋଇଥିବା ଆତଙ୍କବାଦୀ ଗୁଳିବିନିମୟରେ ଗୁରୁତର ଆହତ ହୋଇଥିବା ସଦର ଏସଏଚଓ ଅରଶଦ୍ ଖାନ୍ ହସ୍ପିଟାଲ୍ ରେ ଚିକିତ୍ସା ହେବା ସମୟରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଏବଂ ରବିବାର ସେ ସହିଦ୍ ହୋଇ ଯାଇଛନ୍ତି ।

ଅରଶଦ୍ ଙ୍କ ପାର୍ôଥବ ଶରୀରକୁ ଯେତେବେଳେ ଅନ୍ତିମ ସଲାମ୍ ଦେବା ପାଇଁ ଅଣାଗଲା ସେତେବେଳେ ଶ୍ରୀନଗର ଏସଏସପି ଡା.ଏମ୍ ହସିବ୍ ମୁଗଲ୍ ତାଙ୍କ ନିଷ୍ପାପ ଶିଶୁକୁ କୋଳରେ ଧରି ଭାବୁକ ହୋଇଯାଇଥିଲେ ଏବଂ ତାଙ୍କ ଆଖିରୁ ଅଶ୍ରୁ ବାହାରି ଆସିଥିଲା ।

ଏସଏସପି ଡା.ଏମ୍ ହସିବ୍ ମୁଗଲ୍ ସହିଦ୍ ଅରଶଦ୍ ଖାନ୍ ଙ୍କ ପୁଅ ନା କେବଳ ଆଲିଙ୍ଗନ କଲେ କୋଳକୁ ଉଠାଇ ଗେଲ କରୁଥିବାର ମଧ୍ୟ ନଜର ଆସିଥିଲେ । ଅନ୍ୟପକ୍ଷରେ ଅରଶଦ୍ ନିଜ ପିତାଙ୍କ ଅନ୍ତିମ ବିଦାୟକୁ ଦେଖି ମଧ୍ୟ କିଛି ଜାଣି ପାରୁନଥିଲେ । ଏସବୁ ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ପୋଲିସ୍ ଅଫିସରଙ୍କ ଆଖିରୁ ମଧ୍ୟ ଅଶ୍ରୁ ବାହାରି ଆସିଥିଲା । ଆପଣଙ୍କୁ କହିରଖୁଛୁ କି ୧୨ ଜୁନ୍ ସନ୍ଧ୍ୟାରେ ବାଇକ୍ ରେ ବସି କିଛି ଆତଙ୍କବାଦୀ ସିଆରପିଏଫ୍ ଙ୍କ ପେଟ୍ରୋଲିଂ ଗାଡି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସିଆରପିଏଫର ୫ ଜଣ ଯବାନ୍ ସହିଦ୍ ହୋଇଗଲେ । ଅରଶଦ୍ ଙ୍କ ପରେ ଏହି ସଂଖ୍ୟା ୬ ରେ ଆସି ପହଂଚିଥିଲା । ଅରଶଦ୍ ଜମ୍ମୁ-କାଶ୍ମୀର ପୋଲିସ୍ ବିଭାଗରେ କାର୍ଯ୍ୟରତ ଥିଲେ ।

ଆତଙ୍କବାଦୀମାନେ ଆକ୍ରମଣ ଅନନ୍ତନାଗର ଏକ ବସଷ୍ଟାଣ୍ଡରେ କେପି ରୋଡ୍ ରେ କରିଥିଲେ । ଯେଉଁଥିରେ ୫ ଜଣ ଯବାନ୍ ସହିଦ୍ ହୋଇଯାଇଥିଲେ ଏବଂ ଅରଶଦ୍ ଗମ୍ଭୀର ରୁପରେ ଆହତ ହୋଇଥିଲେ । ଯବାବରେ ସୁରକ୍ଷାବଳ ମଧ୍ୟ ଜଣେ ଆତଙ୍କବାଦୀଙ୍କୁ ମାରି ଗଡାଇଥିଲେ । ନିହତ ହୋଇଥିବା ଆତଙ୍କବାଦୀଙ୍କ ପାଖରୁ ବିଦେଶୀ ବସ୍ତୁ ଜବତ ହୋଇଥିଲା । ଅରଶଦ୍ ଙ୍କ ଛାତିରେ ଗୁଳି ବାଜିଥିବା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ଅଲ୍ ଉମର୍ ମୁଜାହିଦ୍ଦିନ୍ ନାମକ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ମୂଳ ରୁପରେ କାଶ୍ମୀରରେ ରହୁଥିବା ପାକ୍ ଆତଙ୍କବାଦୀ ମୁସ୍ତାକ୍ ଅହମ୍ମଦ ଜରଗର ଏହି ସଂଗଠନର ମୁଖିଆ ଅଟେ ।