ଜମ୍ମୁ-କାଶ୍ମୀରର ଅନ୍ତନନାଗରେ ପୋଲିସର ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ହମଲା ! ଜଣେ ପୋଲିସ ସହିଦ

29

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ଅନ୍ତନନାଗରେ ପୋଲିସର ପାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀ ହମଲା କରିଛନ୍ତି । ଏଥିରେ ଜଣେ ପୋଲିସ ସହିଦ ହେବା ସହ ୨ଜଣ ଆହତ ହୋଇଛନ୍ତି । ଅନନ୍ତନାଗ ବସଷ୍ଟାଣ୍ଡ ନିକଟରେ ପୋଲିସ ଉପରେ ଆଖିବୁଜା ଗୁଳିମାଡ କରି ଆତଙ୍କବାଦୀ ଫେରାର ହୋଇଯାଇଛନ୍ତି । ହମଲା ହୋଇଥିବା ସ୍ଥାନରୁ ୧ କିଲୋମିଟର ଦୁରରେ ଆଜିି ଗୃହମନ୍ତ୍ରୀ ରାଜନାଥ ସିଂହ ସିଆରପିଏଫ ଯବାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ, କଶ୍ମୀରର ବାରମୂଳା ଜିଲ୍ଲାର ସୋପୋରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସ୍ଥାନୀୟ ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ଏହାପରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

ଗତକାଲି ରାତିରେ ୨ରୁ୩ ଆତଙ୍କବାଦୀ ନିଜ ସହଯୋଗୀକୁ ଭେଟିବା ପାଇଁ ସୋପୋରର ରେବନ ଗାଁରେ ପ୍ରବେଶ କରିଥିବା ସୂଚନା ମିଳିବା ପରେ ସ୍ଥାନୀୟ ଅଂଚଳକୁ ଘେରାଉ କରିଥିଲା ସେନା । ଏହାପରେ ସେନା ପକ୍ଷରୁ ବଡଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ସୋପିଆଁ ଓ କୁଲଗାଁଓ ସମେତ ଅନ୍ୟ ଜିଲ୍ଲାର ପ୍ରାୟ ୨୯ଟି ଗାଁରେ । ଏହି ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ବ୍ୟତିତ ଗାଁ ମଧ୍ୟକୁ ଅନ୍ୟ ବ୍ୟକ୍ତିମାନଙ୍କ ପ୍ରବେଶ ଉପରେ କଡ଼ା କଟକଣା ଜାରି କରାଯାଇଛି ।