ଲସ୍କର-ଇ-ତୋଇବାର ମୁଖ୍ୟକୁ ଧରିବା ପାଇଁ ପୁଲିସ ଏନକାଉଂଟର ଜାରି । ଜଣେ ଲସ୍କର କମାଣ୍ଡର ମୃତ

50

କନକ ବ୍ୟୁରୋ: ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ହକ୍ରିପୋରା ଗ୍ରାମରେ ଏକ ଘର ଭିତରେ ଛପି ରହିଥିବା ୩ ଜଣ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା କର୍ମୀମାନେ ସେହି ଘରଟିକୁ ଘେରି ରହିଛନ୍ତି । ଏହି ଘର ଭିତରେ ଲସ୍କର-ଇ-ତୋଇବାର ମୁଖ୍ୟ ଆବୁ ଦୁଜନାଙ୍କ ସହିତ ଅନ୍ୟ ଦୁଇଜଣ ଲସ୍କର-ଇ-ତୋଇବା ଆତଙ୍କବାଦୀ ଥିବା ସୁରକ୍ଷା କର୍ମୀମାନେ ସନ୍ଦେହ କରୁଛନ୍ତି । ତେଣୁ ଉଭୟ ପକ୍ଷରୁ ଜୋରାଦାର ଗୁଳି ବିନିମୟ ଜାରି ରହିଛି । ତେବେ ଏହି ଗୁଳିବିନିମୟରେ ଲସ୍କର କମାଣ୍ଡର ଆରିଫ ନିହତ ହୋଇଥିବା ମିଳିଥିବା ସୂଚନାରୁ ଯାହା ଜଣାପଡ଼ିଛି ।

ସୂଚନାଅନୁଯାୟୀ, ଲସ୍କର-ଇ-ତୋଇବାର ୩ ଜଣ ଆତଙ୍କବାଦୀ ଏହି ଘରେ ଥିବା ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇ ସୁରକ୍ଷା କର୍ମୀମାନେ ଘରଟିକୁ ଘେରାଉ କରି ନେଇଥିଲେ । ତେବେ ଲସ୍କରମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚାଳନା କରିଛନ୍ତି।

ତେବେ ପୂର୍ବରୁ ମଧ୍ୟ ଆବୁ ଦୁଜନାଙ୍କୁ ପୁଲିସ ସେହି ପୁଲଓ୍ଵାମା ଜିଲ୍ଲାରେ ଘେରାଉ କରି ରଖିଥିବା ବେଳେ କଶ୍ମୀର ପଥର ଫିଙ୍ଗାଳିମାନଙ୍କ ସହାୟତରେ ସେ ଖସିଯିବାକୁ ସକ୍ଷମ ହୋଇଥିଲା । ଅବୁ ଦୁଜନା ନାମରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।