ଜମୁ-କାଶ୍ମୀର ବଟମାଲୁରେ ଏନକାଉଣ୍ଟର ! ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ଜଣେ ଏସଓଜି ଯବାନ ସହିଦ୍, ୨ ସିଆରପିଏଫ ଯବାନ ଆହତ ।

33

ଜମୁ-କାଶ୍ମୀର ବଟମାଲୁରେ ଏନକାଉଣ୍ଟର । ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ଏଥିରେ ଏସଓଜିର ଜଣେ ଯବାନ ସହିଦ ହୋଇଥିବାବେଳେ, ସିଆରପିଏଫର ୨ ଜଣ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଆତଙ୍କବାଦୀ ଫେରାର ହୋଇଯାଇଥିବାବେଳେ ସେମାନଙ୍କ ୨ ସହଯୋଗୀକୁ ଗିରଫ କରାଯାଇଛି । ୨ ଲସ୍କର କମାଣ୍ଡର ନବୀଦ ଜଟ୍ଟକୁ ଘେରିଛନ୍ତି ସୁରକ୍ଷାକର୍ମୀ । ବଟମାଲୁରେ ସୁରକ୍ଷାକର୍ମୀ ଲୁଚିଥିବା ଖବର ପାଇବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ସେନା ପହଂଚିବା ପରେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିମାଡ କରାଯାଇଥିଲା । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏ ନେଇ ଜମୁ-କାଶ୍ମୀର ଡିଜିପି ଏସପି ବୈଦ ସୂଚନା ଦେଇଛନ୍ତି ।