ଜାମୁ-କାଶ୍ମୀର ପ୍ରସଙ୍ଗରେ ଦଖଲ ଦେବାକୁ ମନାକଲେ ସୁପ୍ରିମକୋର୍ଟ। ଅନୁଧ୍ୟାନ ପାଇଁ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବାକୁ ନିର୍ଦ୍ଦେଶ

490

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ପ୍ରସଙ୍ଗରେ ଦଖଲ ଦେବାକୁ ମନା କଲେ ସୁପ୍ରିମକୋର୍ଟ । କହିଲେ ଏହା ଅତି ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାରଙ୍କୁ ସୁଯୋଗ ଦିଆଯାଉ । ଯଦି ଭବିଷ୍ୟତରେ କିଛି ଅସୁବିଧା ଉପୁଜେ ତେବେ କିଏ ଦାୟୀ ରହିବ ବୋଲି ଯାଚିକା କର୍ତ୍ତାଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି କୋର୍ଟ ।

ଏହା ସହିତ କହିଛନ୍ତି ଘାଟିରେ ଏବେ କଣ ଚାଲିଛି ତାହା କାହାକୁ ଜଣାନାହିଁ । ତେଣୁ ଅନୁଧ୍ୟାନ ପାଇଁ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲାର ରୁଜୁ ହୋଇଥିଲା । ସରକାର ଜାରି କରିଥିବା କଟକଣା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ ସାମାଜିକ କର୍ମୀ ତେହେସିନ ପୁନାୱାଲା ।

source : Zee News

ଏହି ଆବେଦନର ଶୁଣାଣି କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏମଆର ଶାହା ଓ ଜଷ୍ଟିସ ଅଜୟ ରୋସ୍ତଗୀ । ସେହିପରି କଶ୍ମୀରର ଏକ ଦୈନିକ ଖବର କାଗଜର ସଂପାଦିକା ଅନୁରାଧା ଭସିନଙ୍କ ଦ୍ୱାରା ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ।