ସିଜଫାୟର ଅବଧି ସରିବା ପରେ କଶ୍ମୀରରେ ଦ୍ୱିତୀୟ ବଡ ଅପରେସନ ! ଅନନ୍ତନାଗରେ ଦୁର୍ଦ୍ଦାନ୍ତ ଦାଉଦ ସମେତ ତିନି ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

29

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାର ଶ୍ରୀଗୁଫୱାରାରେ ଏନକାଉଂଟର । ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛିି । ଏଥିରେ ଜଣେ ଯବାନ ସହିଦ ଓ ୨ ଯବାନ ଆହତ ହୋଇଥିହା ସୂଚନା ମିଳିଛି । ସେହିପରି ସେନାଙ୍କ ପାଲଟା ଆକ୍ରମଣରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଆହୁରି ଆତଙ୍କବାଦୀ ଲୁଚିଥିବା ସନ୍ଦହରେ ସେନା ଅପରେସନ ଜାରି ରହିଛି । କଶ୍ମୀରରେ ଅପରେସନ ଅଲଆଉଟ ଆରମ୍ଭ ହେବା ପରେ ସେନାର ଏହା ଦ୍ୱିତୀୟ ଏନକାଉଂଟର ।

କିଛି ଆତଙ୍କାବାଦୀ ଶ୍ରୀଗୁଫୱାରାରେ ଲୁଚି ଥିବା ଖବର ପାଇ ଆଜି ଭୋରରୁ ଅପରେସନ ଆରମ୍ଭ କରିଛନ୍ତି ସେନା । ସୁରକ୍ଷାକର୍ମୀ ଦେଖିବା ମାତ୍ରେ ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କବାଦୀ । ଆଉ ସେନା ଏହାର ପାଲଟା ଜବାବ ଦେଇ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି । ଅନ୍ୟପଟେ ଏନକାଉଁଟରକୁ ବିରୋଧ କରିବାରୁ ସ୍ଥାନୀୟ ଲୋକ ଓ ସେନା ମଧ୍ୟରେ ସଂଘର୍ଷ ହୋଇଛି । ଆତଙ୍କବାଦୀଙ୍କୁ ନିପାତ କରିବାକୁ ସୁରକ୍ଷାକର୍ମୀ ଅପରେସନ ଜାରି ରଖିଛନ୍ତି ।