ଜମ୍ମୁ-କାଶ୍ମୀରରେ ଅପରେସନ୍ ଅଲଆଉଟକୁ ବଡ ସଫଳତା ! ବୁରହାନ୍ ବାନୀ ଗ୍ୟାଙ୍ଗର ଟପ୍ କମାଣ୍ଡରଙ୍କ ସମେତ ୫ ଆତଙ୍କବାଦୀ ନିହତ

53

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଅପରେସନ୍ ଅଲଆଉଟକୁ ବଡ ସଫଳତା । ବୁରହାନ୍ ବାନୀ ଗ୍ୟାଙ୍ଗର ଟପ୍ କମାଣ୍ଡରଙ୍କ ସମେତ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆଁରେ ଯବାନଙ୍କ ଏହି ଅପରେସନରେ ହିଜବୁଲର ଟପ୍ କମାଣ୍ଡର ସଦ୍ଦାମ ପାଡରଙ୍କ ସମେତ ୫ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଭାରତୀୟ ଯବାନମାନେ ବୁରହାନ୍ ବାନୀ ଗ୍ୟାଙ୍ଗକୁ ମୁଳପୋଛ କରିବାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି । ସଦାମ ପାଡର ସମେତ ମହମ୍ମଦ ରଫି ଭଟ୍ଟ, ବିଲାଲ ମୌଲବୀ, ଅଦିଲ ମଲ୍ଲିକକୁ ସେନା ନିହତ କରିଛି । ବର୍ତ୍ତମାନ ଉଭୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ତେବେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ଗୁଳିମାଡରେ ଜଣେ ସାଧାରଣ ନାଗରିକଙ୍କ ଜୀବନ ବଳି ପଡିଥିବା ସୂଚନା ରହିଛି । ଏଥିସହ ୨ ସୁରକ୍ଷାବାହିନୀ ଆହତ ହୋଇଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ସେନା ହାତରେ ନିହତ ହୋଇଥିବା ମହମ୍ମଦ ରଫି ଭଟ୍ଟ କାଶ୍ମୀର ୟୁନିଭରସିଟିର ପ୍ରଫେସର ଥିଲେ ।