ଜମ୍ମୁ କଶ୍ମୀର: ବାନ୍ଦିପୁରାରେ ଏନକାଉଂଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

27

କନକ ବ୍ୟୁରୋ : ଜମ୍ମୁ ଓ କଶ୍ମୀରର ବାନ୍ଦିପୁରାରେ ଏନକାଉଂଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ବାନ୍ଦିପୁରାର ହାଜିନ ଅଂଚଳରେ ସୁରକ୍ଷାକର୍ମୀଙ୍କ ଏହି ଅପରେସନ ସମୟରେ ଜଣେ ଯବାନ ଆହତ ହୋଇଛନ୍ତି । ସେନାର ଏନକାଉଂଟର ଶେଷ ହୋଇଛି । ଗୁଇନ୍ଦା ବିଭାଗର ସୂଚନା ପରେ ଆଜି ଭୋରରୁ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଅଂଚଳରେ ଅପରେସନ ଆରମ୍ଭ କରିଥିଲେ ।

ସମଗ୍ର ଅଂଚଳକୁ ଘେରି ଅପରେସନ ଆରମ୍ଭ କରିବା ପରେ ଆତଙ୍କବାଦୀ ଗୁଳିଚାଳନା ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ଏହାର ମୁହଁତୋଡ ଯବାବ ଦେଇଛନ୍ତି । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହାପୂର୍ବରୁ ଗତକାଲି ଅଖନୁର ସେକ୍ଟରରେ ଥିବା ଜେନେରାଲ ରିଜର୍ଭ ଇଞ୍ଜିନିୟରିଂ ଫୋର୍ସ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।