ଜମ୍ମୁ-କଶ୍ମୀର ବିଧାନସଭାବ ଭାଙ୍ଗିଲା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ : ଲୋକସଭା ସହ ଏକସଙ୍ଗେ ହୋଇପାରେ ନିର୍ବାଚନ

ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ବୟାନ, ଯାହା କରିଛି ରାଜ୍ୟର ହିତ ପାଇଁ କରିଛି

95

କନକ ବ୍ୟରୋ : ଜମ୍ମୁକାଶ୍ମୀର ବିଧାନସଭା ଭାଙ୍ଗିବା ପରେ କେବେ ହେବ ନିର୍ବାଚନ ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ୨୦୧୯ ଲୋକସଭା ନିର୍ବାଚନ ସହ ଜମ୍ମୁକଶ୍ମୀରରେ ବିଧାନସଭା ଭୋଟ ହୋଇପାରେ ବୋଲି ଅନୁମାନ କରାଯାଉଛି । ଗତକାଲି ଜମ୍ମୁ-କାଶ୍ମୀରରେ ସରକାର ଗଠନ କରିବାକୁ ବିଭିନ୍ନ ଦଳ ଉଦ୍ୟମ ଆରମ୍ଭ କରିଥିବା ବେଳେ ରାଜ୍ୟପାଳ ବିଧାନସଭାକୁ ଭାଙ୍ଗି ଦେଇଛନ୍ତି । ଡିସେମ୍ବର ୧୯ରେ ରାଜ୍ୟପାଳ ଶାସନର ଅବଧି ସରୁଥିବାରୁ ଏହା ପୂର୍ବରୁ ରାଜ୍ୟରେ ମେଂଟ ସରକାର ଗଠନ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିଲା । ଦୁଇଟି ମେଂଟର ନେତାମାନେ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ସମୟ ମାଗିଥିଲେ ।

କିନ୍ତୁ ଆଲୋଚନା ପୂର୍ବରୁ ହିଁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିଧାନସଭାକୁ ଭଙ୍ଗ କରିଛନ୍ତି । ଗତ ଜୁନ ମାସରେ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା । ଆସନ୍ତା ଡିସେମ୍ବରରେ ଏହାର ଅବଧି ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ସରକାର ଗଠନ ପାଇଁ ପିଡିପି, କଂଗ୍ରେସ ଏବଂ ନେସନାଲ କନଫରେନ୍ସ ହାତ ମିଳାଇଥିଲେ । ସରକାର ଗଠନ ନେଇ ପିଡିପି ଦାବି କରିବ ବୋଲି ଦଳ ମୁଖ୍ୟ ମେହବୁବା ମୁଫତି ସୂଚନା ଦେଇଥିଲେ । ତେବେ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଫ୍ୟାକ୍ସ କରାଯାଇଥିବା ବେଳେ ତାହା ପହଂଚି ପାରି ନଥିଲା । ଅନ୍ୟପଟେ ପରସ୍ପର ବିରୋଧୀ ଚିନ୍ତାଧାରାର ଦଳ ଏକାଠି କେମିତି ସରକାର ଗଠନ କରିବା ସମ୍ଭବ ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିବା କୁହାଯାଉଛି ।