ସୀମାରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ପରେ କାଶ୍ମୀରରେ ବଢିଲା ସୁରକ୍ଷା: ଶ୍ରୀନଗର ବିଭିନ୍ନ ମସଜିଦରେ ନମାଜ ପାଠ ଉପରେ ଲାଗିଲା ରୋକ

ସେପଟେ ସୁରକ୍ଷା ଅନୁଧ୍ୟାନ ପାଇଁ ଘାଟିକୁ ଗଲେ ସେନାମୁଖ୍ୟ

454

କନକ ବ୍ୟୁରୋ: ସେନାଧ୍ୟକ୍ଷ ବିପିନ୍ ରାୱତଙ୍କ ମିଶନ କାଶ୍ମୀର ଆଗରୁ ଆଜି ପୁଣି ଅଶାନ୍ତ ହୋଇଛି ଜାମ୍ମୁକାଶ୍ମୀର । ସୀମାରେ ପାକିସ୍ତାନ ପଟୁ ଲଗାତର ଅସ୍ତ୍ରବିରତି ଉଲଂଘନ ଚାଲିଥିବା ବେଳେ କାଶ୍ମୀରରେ ବଡ ବଡ ମସଜିଦ୍ ଗୁଡିକରେ ଜୁମା ନମାଜକୁ ବାତିଲ କରାଯାଇଛି । ପ୍ରଶାସନ ପୁରା ସ୍ଥିତି ଉପରେ ନଜର ରଖି ନମାଜ ଉପରେ ସାମୟିକ ରୋକ୍ ଲଗାଇଛି । ଧାରା ୩୭୦ ଲାଗୁ ହେବା ପରେ ପ୍ରଥମ ଥର ପାଇଁ ସ୍ଥିତିକୁ ଦେଖିବା ପରେ ଜୁମା ନମାଜକୁ ବନ୍ଦ କରାଯାଇଛି ।

ସେପଟେ ଆଜି ସକାଳେ ଜାମ୍ମୁକାଶ୍ମୀର ଘାଟିକୁ ଗସ୍ତ କରିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ୍ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଛେଦ ପରେ ଏହା ତାଙ୍କର ପ୍ରଥମ ଜାମ୍ମୁକାଶ୍ମୀର ଗସ୍ତ । ଗତ ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଛେଦ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଦୋଭାଲ ଘାଟିକୁ ଗସ୍ତ କରିଥିଲେ । ଏହାପରେ ଦ୍ୱିତୀୟ ବଡ ଅଧିକାରୀ ଆଜି ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ୍ ଘାଟିକୁ ଗସ୍ତ କରୁଛନ୍ତି ।

ଘାଟିରୁ ଧାରା ୩୭୦ ହଟିବା ପରେ କିପରି ରହିଛି ସ୍ଥିତି ତାର ଅନୁଧ୍ୟାନ କରିବେ ଜେନେରାଲ୍ ବିପିନ୍ ରାୱତ୍ । ଏହା ମଧରେ ଜାମ୍ମୁକାଶ୍ମୀରର କିଛି ଜିଲ୍ଲାରେ ମୋବାଇଲ୍ ସେବା ଓ ଗାଡି ଚଳାଚଳ ସ୍ୱଭାବିକ ହେଲାଣି । ଏପରି ସମୟରେ ଆଜି ସ୍ଥଳସେନାମୁଖ୍ୟ ବିପିନ୍ ରାୱତ୍ ଜାମ୍ମୁକାଶ୍ମୀର ଗସ୍ତ କରୁଛନ୍ତି । ସେ ସେଠାରେ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ଜାମ୍ମୁକାଶ୍ମୀରର ଗ୍ରାଉଣ୍ଡ ଜିରୋ ସ୍ଥିତି ମଧ୍ୟ ତଦାରଖ କରିବେ ।