ପ୍ରିୟ ଛେଳିକୁ ବଳିରୁ ବଂଚାଇବା ପାଇଁ କାନ୍ଦି କାନ୍ଦି ଗଡ଼ିଲା ଶିଶୁ । କେତେବେଳେ ଛେଳିକୁ ଧରି କାନ୍ଦୁଥିଲା ତ କେତେବେଳେ ଲୋକଙ୍କୁ ଧମକାଉଥିଲା ।

51

ଅଗଷ୍ଟରେ ୨୨ ସମଗ୍ର ଦେଶରେ ଇଦ୍-ଉଲ୍-ଅଜହା ପାଳନ କରାଗଲା । ଏହି ଦିନ ସାଧାରଣତଃ ଛେଳିର ବଳି ଦିଆଯାଇଥାଏ । ସେଥିପାଇଁ ଲୋକେ ତାକୁ ବକରୀଦ୍ ନାମରେ ଜାଣନ୍ତି । ଏହି ଦିନ ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, ବଳି ପାଇଁ ଏକ ଛେଳିକୁ ନିଆଯାଉଛି କିନ୍ତୁ ପିଲାଟି ନିଜ ପ୍ରିୟ ଛେଳିକୁ ଛାଡିବାକୁ ପ୍ରସ୍ତୁତ ନୁହଁ । ଏହି ଭିଡ଼ିଓକୁ ‘ଜମ୍ମୁ –କାଶ୍ମୀର ନାଉ’ ନାମକ ଫେସବୁକ୍ ପେଜ୍ ରେ ସେୟାର କରାଯାଇଛି ।

ଭିଡ଼ିଓରେ ପିଲାଟି ନିଜ ପ୍ରିୟ ଛେଳିର ଜୀବନ ନେବାକୁ ଲୋକଙ୍କ ସାମନାରେ ଗଡ଼ି ଗଡ଼ି କାନ୍ଦିଲା । କେତେବେଳେ ଧମକାଇ ରୋକିବାକୁ ଚେଷ୍ଟା କରୁଛି ତ କେତେବେଳେ ଛେଳିକୁ ଧରି ଲୋକଙ୍କୁ ରୋକୁଛି । ତେବେ ଲୋକମାନେ ପିଲାର କାନ୍ଦକୁ ଅଣଦେଖା କରି ନେଇଗଲେ ।