ସହିଦ୍ ଯବାନ ଔରଙ୍ଗଜେବଙ୍କ ମୃତ୍ୟୁର ପ୍ରତିଶୋଧ ନେବେ ୫୦ ବନ୍ଧୁ ! ବିଦେଶ ଚାକିରୀ ଛାଡି ପୋଲିସ୍ ଏବଂ ଆର୍ମିରେ କରିବେ କାମ ହେବେ ଭର୍ତ୍ତି। 

44

ଆପଣମାନଙ୍କର ତ ମନେ ଥିବ ନିକଟରେ ଇଦ୍ ଛୁଟି କାଟିବାକୁ ଘରକୁ ଯାଉଥିବା ବେଳେ ଭାରତୀୟ ଯବାନ୍ ଔରଙ୍ଗଜେବଙ୍କୁ ଅପହରଣ କରି ଆତଙ୍କବାଦୀମାନେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଦେଲେ । ଜୁନ୍ ୧୪ ତାରିଖରେ ଘଟିଥିବା ଏହି ଘଟଣାକୁ କିଛି ସମୟ ବିତି ଯାଇଥିଲେ ମଧ୍ୟ ଔରଙ୍ଗଜେବଙ୍କ ପରିବାର,ବନ୍ଧୁ ପରିଜନ ତଥା ଗ୍ରାମବାସୀ ଏଭଳି ଏକ ଦୁଃଖଭରା ମୁହୂର୍ତ୍ତକୁ ଏଯାଏଁ ଭୁଲି ପାରିନାହାନ୍ତି । ତେବେ ଏଭଳି ସମୟରେ ଔରଙ୍ଗଜେବଙ୍କ ବଳିଦାନର ପ୍ରତିଶୋଧ ନେବା ପାଇଁ ତାଙ୍କ ଗ୍ରାମର ୫୦ ଜଣ ବନ୍ଧୁ ସାଉଦି ଆରବର ଲାଭପ୍ରଦ କମ୍ପାନୀ ଛାଡି ଗାଁକୁ ଫେରିଆସିଛନ୍ତି ଏବଂ ପୋଲିସ୍ ଓ ଭାରତୀୟ ସ୍ଥଳସେନାରେ ଚାକିରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ମହମ୍ମଦ କିରାମତ୍ ଏବଂ ମହମ୍ମଦ ତାଜ୍ ନାମକ ଦୁଇ ଯୁବକ (ଔରଙ୍ଗଜେବଙ୍କ ଘନିଷ୍ଠ ବନ୍ଧୁ) ଏନେଇ ଏକ ପତ୍ରିକାକୁ କହିଥିଲେ ଯେ,ଔରଙ୍ଗଜେବ ଆମ ଭାଇ ଭଳି,ତାଙ୍କର ହତ୍ୟା ଖବର ଶୁଣିବା ପରେ ଆମେ ଗାଁକୁ ଚାଲିଆସିଥିଲୁ ଏବଂ କିଛି ଦିନ ପରେ ଆମର ଆଉ ୫୦ ଭାଇ ମଧ୍ୟ ଚାକିରୀ ଛାଡି ଗାଁକୁ ଚାଲିଆସିଥିଲେ । ଔରଙ୍ଗଜେବଙ୍କ ଶେଷ ମୁହୂର୍ତ୍ତରେ ଗ୍ରାମର ଏଭଳି ପରିସ୍ଥିତି ହୋଇଥିଲା ଯେ ତାହା ଭାଷାରେ ବର୍ଣ୍ଣନା କରିବା ବହୁ କଷ୍ଟକର । ତେବେ ଔରଙ୍ଗଜେବଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଆମେ ପୋଲିସ୍ ଏବଂ ସ୍ଥଳସେନାରେ କାମ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛୁ । ଆତଙ୍କବାଦୀଙ୍କୁ ସେମାନଙ୍କୁ କର୍ମର ଫଳ ଦେବା ପାଇଁ ଆମେ ମଧ୍ୟ ପ୍ରସ୍ତୁତ ଆରମ୍ଭ କରିସାରିଛୁ ।