ଜମ୍ମୁ ଓ କାଶ୍ମୀରରେ ଭୀଷଣ ତୁଷାରପାତ । ଭାଙ୍ଗିଲା ସମସ୍ତ ପୁରୁଣା ରେକର୍ଡ

ପାଣିପାଗ ବିଭାଗର ରେଡ ଅଲର୍ଟ ଜାରି, ହିମାଚଳପ୍ରଦେଶ, ଉତରାଖଣ୍ଡରେ ମଧ୍ୟ ରହିବ ପ୍ରଭାବ

92

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ । ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଜାମ୍ମୁ କାଶ୍ମୀରର ବିଭିନ୍ନ ଘାଟିରେ ଜାନୁଆରୀ ମାସରେ ୫ମ ଥର ପାଇଁ ବରଫପାତ ହୋଇଛି ତେବେ ସୋମବାର ଓ ମଙ୍ଗଳବାର ବରଫପାତର ମାତ୍ରା ଆହୁରି ଅଧିକ ହେବା ପାଣିପାଗ ବିଭାଗ କହିଛି । ବରଫପାତ ଯୋଗୁ ରାଜ୍ୟର ପାର୍ବତ୍ୟାଂଚଳ ଧଳାରଂଗ ଧାରଣ କରିଥିବା ବେଳେ ଏହା ବିଗତ ବର୍ଷରେ ଜାନୁଆରୀ ମାସରେ ହୋଇଥିବା ସମସ୍ତ ପୁରୁଣା ରେକର୍ଡ ଭାଂଗିଛି ।

ଅନ୍ୟପଟେ ହିମାଚଳ ପ୍ରଦେଶ ଓ ଉତରାଖଣ୍ଡର ବିଭିନ୍ନ ଅଂଚଳରେ ମଧ୍ୟ ପ୍ରବଳ ବରଫପାତ ଦେଖିବାକୁ ମିଳିଛି ଓ ଏଥିଯୋଗୁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଶ୍ରୀନଗରରେ ୫୪ ସେଂଟିମିଟର, ହିମାଚଳ କୁଲୁରେ ୧୧୦ ସେଂଟିମିଟର ଓ ସିମଲାରେ ୮.୫ ସେଂଟିମିଟର ବରଫପାତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି ।