ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡା ଜବାବ : ଭାରତୀୟ ସଚିବ କହିଲେ, କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ, ସତ୍ୟକୁ ଏଡାଇ ପାରିବନି ପାକ୍

30

କନକ ବ୍ୟୁରୋ : ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ଜାମ୍ମୁକାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଓ ପାକିସ୍ତାନ ଯାହା ଦଲିଲ୍ ଦେଲେ ମଧ୍ୟ ଏହି ସତ୍ୟ ବଦଳିବା ନାହିଁ ବୋଲି ଜାତିସଂଘରେ କହିଛି ଭାରତ । ବାସ୍ତବ ପରିସ୍ଥିତିକୁ ନେଇ ଯଦି କିଏ ଭ୍ରମ ସୃଷ୍ଟି କରିଛି ତେବେ ତାହା ପାକିସ୍ତାନ ବୋଲି କହିଛନ୍ତି ଭାରତର ପ୍ରତିନିଧିତ୍ୱ କରୁଥିବା ସଚିବ ସନ୍ଦୀପ କୁମାର ବାୟପ୍ପୁ ।

india and pak
image courtesu-http://pakgreeneagles.com

 

ଜାମ୍ମୁକାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ । ଏବଂ ପାକିସ୍ତାନ ଯାହା ଦଲିଲ୍ ଦେଲେ ମଧ୍ୟ ସତ୍ୟ ବଦଳିବ ନାହିଁ । ମିଳିତ ଜାତିସଂଘରେ ପାକିସ୍ତାନକୁ ଏପରି ଜବାବ ଦେଇଛି ଭାରତ । ମିଳିତ ଜାତିସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଭାରତର ଜାମ୍ମୁକାଶ୍ମୀରକୁ ନେଇ ଜଣେ ପ୍ରତିନିଧି ଭୁଲ୍ ମନ୍ତବ୍ୟ ଦେବା ପାଇଁ ଏହି ମଂଚର ସହଯୋଗ ନେଇଛନ୍ତି ବୋଲି ମିଳିତ ଜାତିସଂଘ ସ୍ଥାୟୀ ମିଶନ ସଚିବ ସନ୍ଦୀପ କୁମାର ବାୟପ୍ପୁ କହିଛନ୍ତି ।

ଜୁନ୍ ୧୪ରେ ମିଳିତ ଜାତିସଂଘ ଜମ୍ମୁକଶ୍ମୀର ଓ ପାକିସ୍ତନ ଅଧିକୃତ କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ କରାଯାଉଥିବା ନେଇ ରିପୋର୍ଟ ଦେଇଥିଲା । ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ରିପୋର୍ଟ ଦିଆଯାଇଥିବା ସହ ଏହା ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଉଛି ବୋଲି ବିଦେଶ ମନ୍ତ୍ରାଳୟ କହିଥିଲା । ଏହାକୁ ନେଇ ପାକିସ୍ତାନ କହିଥିଲା ଯେ, ୟୁଏନର ରିପୋର୍ଟ ଆଧାରରେ ପାକ୍ ଅଧିକୃତ କାଶ୍ମୀର ଓ କାଶ୍ମୀରକୁ ସମାନ୍ ଭାବିବା ଉଚିତ୍ ନୁହେଁ । ମିଳିତ ଜାତିସିଂଘରେ ଏହାର ଜବାବ ରଖି ଭାରତ କହିଛି ଯେ, କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ ।

କାଶ୍ମୀରର ସ୍ଥିତି ନେଇ ରିପୋର୍ଟ ଜାରି କରିଥିଲା ମିଳିତ ଜାତିସଂଘ । ଯେଉଁଥିରେ ଜମ୍ମୁକଶ୍ମୀର ଓ ପାକିସ୍ତନ ଅଧିକୃତ କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ କରାଯାଉଥିବା ନେଇ ଉଲ୍ଲେଖ ରହିଥିଲା । କେବଳ ଏତିକି ନୁହେଁ ଏହାସହ ଏହି ଘଟଣାର ଅର୍ନ୍ତଜାତୀୟ ସ୍ତରରେ ଯାଂଚ କରିବା ପାଇଁ ଦାବି କରିଥିଲା ମିଳିତ ଜାତିସଂଘ । କାଶ୍ମୀରରେ ସାଧାରଣ ନାଗରିକଙ୍କ ଅପହରଣ, ହତ୍ୟା ଓ ଯୌନ ନିର୍ଯାତନା ପରି ମାନବାଧିକାର ଉଲ୍ଲଙ୍ଘନ ଘଟଣା ଜାରି ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା । ଏହି ରିପୋର୍ଟକୁ ଅଗ୍ରାହ୍ୟ କରିଛି ଭାରତ ।