ପୁଲୱାମା ପରେ କାଶ୍ମୀରର କୁଲଗାମରେ ଏନକାଉଣ୍ଟର: ସହିଦ ହୋଇଗଲେ କାଶ୍ମୀର ପୁଲିସର ଡିଏସପି

ସେନାର ଜଣେ ମେଜର ଗୁରତ;ଜୈଶ-ଏ- ମହମ୍ମଦର ଜଣେ ଆତଙ୍କବାଦୀ ନିହତ

169

କନକ ବ୍ୟୁରୋ: କୁଲଗାମରେ ଚାଲିଛି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏହି ଏନକାଉଂଟରରେ ସେନାକୁ ସଫଳତା ମିଳିଛି । ନିପାତ୍ ହୋଇଛନ୍ତି ୩ ଆତଙ୍କୀ । ନିପାତ ହୋଇଥିବା ୩ ଆତଙ୍କୀଙ୍କ ମଧ୍ୟରୁ ଜଣକର ମୃତଦେହ ଜବତ କରିଛି ସେନା । ତେବେ ଏନକାଉଂଟରରେ ସାମିଲ ଥିବା ଜଣେ ଡିଏସପି ସହିଦ୍ ହୋଇଛନ୍ତି । ଏସଓଜି ଡିଏସପି ଅମନ୍ ଠାକୁର ଆତଙ୍କୀଙ୍କ ଗୁଳିରେ ଦେଶ ପାଇଁ ସହିଦ ହୋଇଛନ୍ତି ।

 

ଅମନଙ୍କ ବାଦ୍ ତାଙ୍କର ବଡି ଗାର୍ଡ ଆତଙ୍କୀଙ୍କ ଗୁଳିରେ ଆହତ ହୋଇଛନ୍ତି । ଜଣେ ମେଜର ଓ ଜଣେ ଯବାନ ବି ଗୁରୁତର ଆହତ ହୋଇଛନ୍ତି । ଅପରେସନ୍ ଏବେ ବି ଜାରି ରହିଛି । ତେବେ ନିହତ ସମସ୍ତ ଆତଙ୍କୀଙ୍କ ଶବ କିନ୍ତୁ ଜବତ ହୋଇପାରିନି ।

ପୁଲୱମା ଆତଙ୍କୀ ହମଲା ପର ଠାରୁ ଘାଟିରେ ସେନାର ଅପରେସନକୁ ଜୋରଦାର କରାଯାଇଛି । ଏଥିରେ ଜୈସର କୁଖ୍ୟାତ ଆତଙ୍କୀ ଗାଜି ରସିଦ ଓରଫ୍ କାମରାନକୁ ସେନା ନିପାତ କରିଥିଲା । ଘାଟିରେ ଅନୁପ୍ରବେଶ କରିଥିବା ଆତଙ୍କୀଙ୍କୁ ସଫା କରିବାକୁ ସେନା ଚଳାଇଛି ଅପରେସନ୍ ‘ସିକ୍ସଟି’ ।