ଜାମ୍ମୁରେ ପୁଣି ସେନା ଉପରକୁ ଆକ୍ରମଣ କଲେ ଆତଙ୍କବାଦୀ : କ୍ରସ ଫାଇରିଂରେ ମହିଳାଙ୍କ ମୃତ୍ୟୁ

25

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ପୁଣି ଥରେ ସେନା ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ତେବେ ପୁଲବାମା ଅଚଂଳରେ ସେନା ଶିବିର ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଆତଙ୍କବାଦୀ ଆକ୍ରମଣ କରିବା ପରେ ଯବାନମାନେ ସେମାନଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । ତେବେ ଏହାପରେ କିଛି ସମୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳିବିନିମୟ ହୋଇଥିଲା । ତେବେ ସେନାର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ବେଳେ କ୍ରସ ଫାଇରିଂ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

ଗୁଳିବର୍ଷା ପରେ ସୁରକ୍ଷାବାହିନୀ ଫେରୁଥିବା ବେଳେ ରାସ୍ତାରେ ଜଣେ ମହିଳା ଚଟାଣ ଉପରେ ଗୁରୁତର ଭାବରେ ପଡ଼ିଥିବା ଦେଖିଥିଲେ । ମହିଳାଙ୍କ ନାମ ଫିରଦଉସା ବୋଲି ଜଣାପଡ଼ିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ତେବେ ବାରମ୍ବାର ସୀମାରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୋଳିମାଡ କରୁଛନ୍ତି । ଗତକାଲି ମଧ୍ୟ ସେନା ଉପରକୁ ଆକ୍ରମଣ ହୋଇଥିଲା । ଏପରି ଘଟଣାପରେ ସାରା ସୀମାରେ ଯବାନମାନଙ୍କୁ ଆଲର୍ଟରେ ରଖାଯିବା ସହ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ପାଇଁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେିଛନ୍ତି ।