ଜମ୍ମୁ-କାଶ୍ମୀରର ସୋପିଆଁ ଓ ହନ୍ଦୱାଡ଼ାରେ ସେନାର ଏକକାଉଣ୍ଟର ! ୩ ଆତଙ୍କବାଦୀ ମୃତ, ଆଉ ୩ ଲୁଚି ରହିଥିବା ସନ୍ଦେହ

102

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସୋପିଆ ଓ ହନ୍ଦୱାଡ଼ାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ଆତଙ୍କବାଦୀଙ୍କ ବିରୋଧରେ ସେନା ଚଳାଇଛି ଅପରେସନ୍ ଅଲଆଉଟ୍ । ସେନା ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଦକ୍ଷିଣ ସୋପିଆଁର କିଲ୍ଲୋର ଅଂଚଳରେ ଥକଭ ୩ ଉହ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଛି । କେଲ୍ଲର ଅଂଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ସେନା, ପୋଲିସ ଓ ସିଆରପିଏଫଙ୍କ ଦ୍ୱାରା ମିଳିତ ଅପରେସନ କରାଯାଉଛି । ହନ୍ଦୱାଡାରେ ମଧ୍ୟ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରର ବାନ୍ଦିପୋରା ଏବଂ ସୋପିଆଁ ଜିଲ୍ଲାରେ ମାର୍ଚ୍ଚ ୨୩ରେ ସେନା ଭିନ୍ନ ଭିନ୍ନ ସ୍ଥାନରେ ଏକକାଉଂଟର କରିଥିଲା । ଏଥିରେ ମୋଟ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ ।