ଜମ୍ମୁ-କାଶ୍ମୀର: ଶୋପିଆରେ ଆତଙ୍କବଦୀ ଏବଂ ସୁରକ୍ଷାବଳ ମଧ୍ୟରେ ଗୁଳିକାଣ୍ଡ ! ୪ ପୋଲିସ କର୍ମୀ ସହିଦ ।

31

ଜମ୍ମୁ-କାଶ୍ମୀରର ଶୋପିଆରେ ବୁଧବାର ଦିନ ଆତଙ୍କବାଦୀମାନେ ପୋଲିସ ଟିମକୁ ଲକ୍ଷ କରି ତାଙ୍କ ଉପରେ ଅନ୍ଦାଧୁନ ଫାଏରିଙ୍ଗ କରିଥିଲେ । ଏହି ଫାଏରିଙ୍ଗରେ ଚାରିଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଏହି ଘଟଣା ପଛରେ ଆତଙ୍କବାଦୀ ଜେସ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦିନ ଥିବାର ଜଣାପଡିଛି ।

ସୂଚନା ମୁତାବକ, ଜମ୍ମୁ-କାଶ୍ମୀର ଶୋପିଆର ଅରାହାମା ଫଳ ମଣ୍ଡିରେ ଆଜି ପ୍ରାୟ ଦୁଇପ୍ରହରରେ ଆତଙ୍କବାଦୀମାନେ ଏକ ପୋଲିସ ଟିମକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ଜଣ ପୋଲିସ ସହିଦ ହୋଇଛନ୍ତି । ଏଥିସହିତ ଆତଙ୍କବାଦୀମାନେ ପୁଲିସ କର୍ମଚାରୀଙ୍କ ୩ଟି ଏକେ-୪୭ ରାଇଫଲ ଛଡାଇ ନେଇ ଫେରାର ହୋଇଯାଇଛନ୍ତି । ତେବେ ପରେ ଜମ୍ମୁକାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ ଯବାନ ଅନନ୍ତନାଗଠାରେ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।

ବୁଧବାର ସକାଳୁ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ଅନ୍ଦାଧୁନ ଗୁଳିକାଣ୍ଡ ହୋଇଥିଲା । ଏହି ଗୁଳିକାଣ୍ଡରେ ୪ପୋଲିସ ଅଫିସର ସହିଦ ହୋଇଥିବା ବେଳେ ଆଜଙ୍କବାଦୀମାନେ ୩ଟି ବନ୍ଧୁବ ନେଇ ଫେରାର ହୋଇଯାଇଥିଲେ । ପରେ ସୁରକ୍ଷାବଳ ଦୁଇ ଆତଙ୍କବଦୀଙ୍କୁ ନିହତ କରିବା ସହ ନେଇଯାଇଥିବା ଅସ୍ତ୍ରଗୁଡିକୁ ଜବତ କରିଛନ୍ତି । ଲଗାତାର ଏହି ଗୁଳିକାଣ୍ଡରେ ନିହତ ହୋଇଥିବା ଦୁଇଜଣ ଆତଙ୍କବଦୀ ହେଉଛନ୍ତି, ହିଜବୁଲ ମୁଜାହିଦିନ ସଂଗଠନର ଅଲତାଫ କଚରୁ ଏବଂ ଉମର ରାସିଦ । ଏହି ଦୁଇଜଣଙ୍କୁ ଯବାନ ନିହତ କରିବା ସହ ତାଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।