ଜମ୍ମୁ-କାଶ୍ମୀର: ସାମ୍ବାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୪ ବିଏସଏଫ୍ ଯବାନ ସହିଦ, ୩ ଆହତ

32

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଜଣ ଯବାନ ଓ ଦୁଇ ଜଣ ପୁଲିସ ପ୍ରାଣ ହରାଇଛନ୍ତି । ପୁଲୱାମା କୋର୍ଟ ପରିସରରେ ଥିବା ଫାଣ୍ଡି ଉପରେ ଆତଙ୍କବାଦୀ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ୪ ଜଣ ପ୍ରାଣ ହରାଇଥିଲେ । ସେପଟେ ଅନନ୍ତନାଗରେ ସିଆରପିଏଫ୍ ଉପରେ ଆକ୍ରମଣ ହୋଇଛି । ଯବାନ ଯାଉଥିବା ଦୁଇଟି ଟ୍ରକ୍ ଉପରେ ହଠାତ୍ ଗ୍ରେନେଡ୍ ମାଡ କରିଥିଲେ ଆତଙ୍କବାଦୀ । ଏଥିରେ ୧୦ ଜଣ ଯବାନ ଆହତ ହୋଇଛନ୍ତି । ରମଜାନ୍ ଅବସରରେ ସରକାର କାଶ୍ମୀରରେ ଆତଙ୍କବାଦୀ ନିପାତ ଅଭଯାନ ସାମୟିକ ବନ୍ଦ ରଖିଥିବା ବେଳେ ଏଲଓସିରେ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀ ଅନୁପ୍ରବେଶ ବଢିଯାଇଛି ।

ବିଏସଏଫ୍ ଆଇଜି ରାମ ଅବତାର କହନ୍ତି: ପାକିସ୍ତାନୀ ରେଞ୍ଜରମାନେ ଗତ ରାତିରେ ରାମଗଡ଼ ସେକ୍ଟର୍ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତରେ ଗୁଳି ଚଳାଇଥିଲେ। ଆମେ ୪ ଜଣ କର୍ମଚାରୀଙ୍କୁ ହରାଇଲୁ। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ରାଙ୍କର ଅଧିକାରୀ। ତିନି ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି।ଜମ୍ମୁ ଓ କଶ୍ମୀରର ଡିଜିପି ଏସପି ବୈଦ ଘଟଣା ସଂକ୍ରାନ୍ତରେ ଦୁଃଖ ପ୍ରକାଶ ପୂର୍ବକ ଟୁଇଟ୍ କରିଛନ୍ତି।

ରାମଗଡ଼ ସେକ୍ଟର୍ ଚାମଲିୟାଲ୍ ପୋଷ୍ଟ୍ ଅଞ୍ଚଳରେ ସୀମା ଆରପାରିରୁ ମଙ୍ଗଳବାର ରାତି ପ୍ରାୟ ୧୦. ୩୦ ଠାରୁ ଭୋର୍ ୪ଟା ୩୦ ଯାଏଁ ଗୁଳିଗୋଳା ବିନିମୟ ଚାଲିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ବିଏସଏଫ୍ ଯବାନମାନେ ଗତ ରାତିରେ ସହିଦ ହୋଇଛନ୍ତି କି, ଆଜି ପ୍ରତ୍ୟୁଷରେ ତାହା ଜଣାପଡ଼ି ନାହିଁ।