ଜାମ୍ମୁ-କଶ୍ମୀରରେ ସିଆଇଏସଏଫ୍ କ୍ୟାମ୍ପ୍ ଉପରେ ଆତଙ୍କୀ ହମଲା ପରେ ସେନାମୁଖ୍ୟଙ୍କ ଚେତାବନୀ ! ଅନୁପ୍ରବେଶରେ ଅଙ୍କୁଶ ନଲଗାଇଲେ ପରିଣାମ ଭୋଗିବ ପାକିସ୍ତାନ ।

3

ଜମ୍ମୁକଶ୍ମୀରର ନୌଗାମ ସେକ୍ଟରରେ ସିଆଇଏସଏଫ ଯବାନଙ୍କୁ ଉପରେ ଗ୍ରେନେଡ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସିଆଇଏସଏଫର ଜଣେ ଏଏସଆଇ ରାଜେଶ କୁମାର ଶହୀଦ୍ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ନୌଗାମର ୱାଗୁରାରେ ପାୱାର ଗ୍ରୀଡ୍କୁ ସୁରକ୍ଷା ଦେଉଥିବା ସିଆଇଏସଏଫ ଯବାନଙ୍କ ଉପରକୁ ଗ୍ରେନେଡ୍ ମାଡ କରିଛନ୍ତି ଆତଙ୍କବାଦୀ ।

ବୁଧବାର ୭ଜଣ ଆତଙ୍କବାଦୀଙ୍କୁ ସେନା ଏନକାଉଁଟର କରି ନିପାତ କରିବା ପରେ ଆକ୍ରମଣାତ୍ମକ ମୁଡରେ ଅଛନ୍ତି ଆତଙ୍କୀ ସଂଗଠନ । ଗୁରୁବାର ତ୍ରାଲ ସେକ୍ଟରର ରାଷ୍ଟ୍ରୀୟ ରାଇଫଲର ୪୨ ନମ୍ବର କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା । ଏଥିପାଇଁ ଆତଙ୍କୀ ସଂଗଠନ ଜୈସ-ଏ- ମହମ୍ମଦ ନିଜକୁ ଦାୟୀ କରିଥିଲା । ଏହି ଆକ୍ରମଣ ପରେ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ ବିପିନ୍ ରାୱତ୍ । ସେ କହିଛନ୍ତି ପାକିସ୍ତାନ ଅନୁପ୍ରବେଶ ରୋକୁ ନଚେତ୍ ଜବାବ ଦେବ ଭାରତ ।

Comments are closed.