ତାମିଲନାଡୁ: ବିଧାନସଭାରେ ପାସ ହେଲା ଜାଲିକଟ୍ଟୁ ବିଲ୍

23

କନକ ବ୍ୟୁରୋ : ତାମିଲନାଡୁରେ ଜାଲିକଟ୍ଟୁ ସମର୍ଥକଙ୍କ ବିଜୟ ହୋଇଛି । ତାମିଲନାଡୁ ବିଧାନସଭାରେ ପାସ ହୋଇଛି ଜାଲିକଟ୍ଟୁ ବିଲ୍ । ଜାଲିକଟ୍ଟୁକୁ ଆଇନ ସମ୍ମତ ବୋଲି ବିଲରେ ଦର୍ଶାଯାଇଛି । ଜାଲିକଟ୍ଟୁ ଉପରେ କଟକଣାକୁ ବିରୋଧ କରି କିଛି ଦିନ ହେବ ତାମିଲନାଡୁରେ ପରିସ୍ଥିତି ଅଶାନ୍ତ ରହିଛି । ଜାଲିକଟ୍ଟୁ ସମର୍ଥକଙ୍କ ବିକ୍ଷୋଭ ଜାରି ରହିଛି । ରେଳ ଧାରଣାଗୁଡିକରୁ ବିକ୍ଷୋଭକାରୀଙ୍କୁ ହଟାଇ ଦେଇଛି ପୋଲିସ ।

ପୋଲିସର ଲାଠିଚାର୍ଜରେ ଅନେକ ବିକ୍ଷୋଭକାରୀ ଆହତ ହୋଇଛନ୍ତି । ସେପଟେ ଆଇନକୁ ହାତକୁ ନେଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ତାମିଲନାଡୁ ପରିସ୍ଥିତି ଉପରେ ନଜର ରଖିଛନ୍ତି କେନ୍ଦ୍ର ସରକାର । ଆବଶ୍ୟକ ପଡିଲେ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ପଠାଯିବ ବୋଲି ସୂଚନା ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ।